ଋଷ ବଢାଇଲା ସହାୟତାର ହାତ । ଦୁଇଟି ବିମାନରେ ଆସିଲା ଅକ୍ସିଜେନ ଓ ଔଷଧ

Medical supplies from Russia

199

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ପ୍ରଥମ ପର୍ଯ୍ୟାୟରେ କିଛି ମେଡିକାଲ ସାମଗ୍ରୀ ଭାରତ ପଠାଇଛି । ଆଜି ୨ ଟି ବିମାନରେ ୨୦ ଟି ଅକ୍ସିଜେନ କଂସେଟେଟର, ୭୫ ଟି ଭେଣ୍ଟିଲେଟର, ୧୫୦ ବେଡସାଇଡ ମନିଟର ଓ କିଛି ଔଷଧ ଧରି ଦୁଇଟି ବିମାନ ଆଜି ଭାରତରେ ପହଂଚିଛି । ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (ସିବିଆଇସି) କହିଛନ୍ତି କି ଏୟାର କାର୍ଗୋ ଓ ଦିଲ୍ଲୀ କଷ୍ଟମ୍ସ ଏହି ଦୁଇଟି ବିମାନ ଖାଲି କରିବା କାମରେ ଲାଗିଛନ୍ତି ।

 କହିରଖୁ କି ଆମେରିକା, ଋଷ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟାରଲ୍ୟାଣ୍ଡ, ବେଲଜିୟମ, ରୋମାନିଆ, ସିଙ୍ଗାପୁର, ପର୍ତ୍ତୁଗାଲ, ସ୍ୱିଡେନ, ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶ ଭାରତକୁ ମେଡିକାଲ ସାମଗ୍ରୀ ଯୋଗାଇବାକୁ ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଯେଉଁ ବାର୍ତ୍ତାଳାପରେ କୋଭିଡ-୧୯ କୁ ନେଇ ଭାରତରେ ଉତ୍ପନ ହୋଇଥିବା ସ୍ଥିତି ସାମିଲ ହୋଇଥିଲା । ଏନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ।

ଏହାସହ ଗତ ମଙ୍ଗଳବାର ଦିନ ସ୍ୱିଜରଲ୍ୟାଣ୍ଡ ଭାରତକୁ ୨୫୬ ଟି ଅକ୍ସିଜେନ ସିଲିଣ୍ଡର ପଠାଇଥିଲା । ଏହାସହ ନରୱେ ସରକାର ଭାରତରେ କରୋନା ପୀଡିତ ଲୋକଙ୍କ ପାଇଁ ୨୪ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛି ।