କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଖରା ଯୋଗୁଁ ରୋଗୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ସକାଳ ୭ଟା ପୂର୍ବରୁ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ହେଲେ ୭ଟା ପୂର୍ବରୁ ପଞ୍ଜିକରଣ କେନ୍ଦ୍ର ଖୋଲୁନଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଦିନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ର ୩୧ ଡିଗ୍ରୀ ପାର କରୁଥିବା ବେଳେ ଗୁଳିଗୁଳିରେ ଠିଆ ହୋଇ ଟିକେଟ୍ କରିବା ବଡ଼ କଷ୍ଟକର ହେଉଛି । ସବୁଆଡ଼େ ଖରାକୁ ଦେଖି ପଦକ୍ଷେପ ନିଆଯାଉଛି । ହେଲେ ରୋଗୀଙ୍କ ସୁବିଧା ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ରୋଗୀ ଓ ରୋଗୀ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।
Follow Us