କନକ ବ୍ୟୁରୋ: କିଟିମିଟି ଅନ୍ଧାରରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଜେନେରେଟର ନଥିବାରୁ ବିଜୁଳି କଟିବା ପରେ ପୂରା ଅନ୍ଧାରରେ ରହିଲା ହସ୍ପିଟାଲ। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। କେବଳ ଡାକ୍ତରଙ୍କ କ୍ୟାବିନକୁ ଛାଡିଦେଲେ ବାକି ସବୁ ସ୍ଥାନରେ ଅନ୍ଧାର ହୋଇଥିବା ଦେଖିବାକୁ ମିଳିଛି।  ଦୀର୍ଘ ସମୟ ଧରି ବିଜୁଳି ଆସିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ। ଗୋଟିଏ ପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରୁଛନ୍ତି। ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଲାଇନ କଟିବା ପରେ ଅନ୍ଧାର ମଧ୍ୟରେ ରହିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।