ଚିକିତ୍ସା ବିଜ୍ଞାନରେ ନୂଆ ଉପଲବ୍ଧି । ପ୍ରସ୍ତୁତ ହେଲା ନକଲି ରକ୍ତ

119

କନକ ବ୍ୟୁରୋ : ରକ୍ତ ତିଆରି କରୁଛି ମଣିଷ । ଚିକିତ୍ସା ବିଜ୍ଞାନରେ ମିଳିଛି ନୂଆ ଉପଲବ୍ଧି । ପ୍ରସ୍ତୁତ ହେଲା ନକଲି ରକ୍ତ ।  ବିଟ୍ରେନର କିଛି ଦକ୍ଷ ବୈଜ୍ଞାନିକମାନେ ଏହି ନକଲି ରକ୍ତ ପ୍ରସ୍ତୁତ କରିଛନ୍ତି    । ଏହାର ନାଁ ରହିଛି ଲ୍ୟାବ ଗ୍ରାଉନ ବ୍ଲଡ୍ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ।  ବିଟ୍ରେନର ନ୍ୟାଶନାଲ ହେଲଥ ସର୍ଭିସ ଓ କ୍ରେମ୍ବିଜର ଏବଂ ବିଷ୍ଟ୍ରଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତ ଭାବେ ଏହି ନକଲି ରକ୍ତ ପ୍ରସ୍ତୁତ କରିଛନ୍ତି । ଯାହାର ସୂଚନା ଦେଇଛି ୟୁନଭର୍ସିଟି ଅଫ ବିଟ୍ରେନର ବୈଜ୍ଞାନିକ । ଏହି ନକଲି ରକ୍ତ ବୈଜ୍ଞାନିକମାନେ ଲ୍ୟାବ୍ରେ ପ୍ରସ୍ତୁତ କରିଛନ୍ତି । ଯଦି ଏହାର କ୍ଲିନିକାଲ ଟେଷ୍ଟ ସଫଳ ହୁଏ ତେବେ ହୁଏତ ସାରା ବିଶ୍ୱରୁ ରକ୍ତହୀନତା ସମସ୍ୟା ସବୁଦିନ ପାଇଁ ଦୂରେଇଯାଇପାରେ । ଏଥିସହ ଯେଉଁ ବ୍ୟକ୍ତିମାନଙ୍କ ବ୍ଲଡ୍ ଗ୍ରୁପ ବିରଳ ସେମାନଙ୍କ ପାଇଁ ମଧ୍ୟ ଏହି ନକଲି ରକ୍ତ କଣିକାକୁ ବ୍ୟବହାର କରାଯାଇପାରିବ ।

ସୂଚନା ଅନୁସାରେ ବୈଜ୍ଞାନିମାନେ ମନୁଷ୍ୟଠାରୁ ମୂଳ ରକ୍ତ କୋଷିକା ନେଇ ବ୍ୟବହାର କରିଥିଲେ । ଏଥିରେ ପ୍ରସ୍ତୁତ ରକ୍ତକୁ ଦୁଇଜଣ ବ୍ୟକ୍ତିଙ୍କୁ ୫ରୁ ୧୦ ଏମଏଲ ପରିମାଣର ରକ୍ତ ଦିଆଯାଇଥିଲା । ବର୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏମାନଙ୍କ ନିକଟରେ କୌଣସି ପାଶ୍ୱର୍ପ୍ରତିକ୍ର୍ରିୟା ପରିଲିକ୍ଷିତ ହୋଇନି  । ଯଦି ଏହା ସଫଳ ହୁଏ ତେବେ ମାନବ ଜଗତ ପାଇଁ ଆବଶ୍ୟକ ବଡ ଚାହିଦା ପୂରଣ ହୋଇପାରେ । କ୍ଲିନିକାଲ ଟେଷ୍ଟରେ ଅତିକମରେ ଜଣେ ବ୍ୟକ୍ତିଙ୍କୁ ୪ଥର ନକଲି ରକ୍ତ ଦିଆଯିବ ।  ଏହି ପରୀକ୍ଷଣ ସଫଳ ହେଲେ ଚିକିତ୍ସା ବିଜ୍ଞାନରେ ନୂଆ ରାସ୍ତା ଫିଟିବ ।