ସମସ୍ୟା ଘେରରେ କୁଚିଣ୍ଡା ଡାକ୍ତରଖାନା ! ଡାକ୍ତର ଅଭାବ ସାଙ୍ଗକୁ ଟେକ୍ନିସିଆନ୍ ସମସ୍ୟା, ହନ୍ତସନ୍ତ ହେଉଛନ୍ତି ଲୋକେ । 

101

କନକ ବ୍ୟୁରୋ : କୁଚିଣ୍ଡା ଡାକ୍ତରଖାନାରେ ଦେଖା ଦେଇଛି ଡାକ୍ତର ଓ ଟେକନିସିଆନ ସମସ୍ୟା । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଭଲ ଚିକିତ୍ସା ପାଇ ନ ପାରି ରୋଗୀ ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ । ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡର ୫୫ଟି ପଂଚାୟତର ଲୋକେ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ ହେଲେ ଡାକ୍ତର, ଟେକନିସିଆନଙ୍କ ନଥିବାରୁ ରୋଗୀ ସ୍ୱାସ୍ଥ୍ୟସେବା ପାଇ ପାରୁ ନାହାନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ସଦ୍ୟଯାତ ଶିଶୁଙ୍କ ଚିକିତ୍ସା ପାଇଁ ଏନବିଏସୟୁ ତାଲା ପଡିଛି । ସେହିପରି ବିଦ୍ୟୁତ ଓ ପାଣି ସମସ୍ୟା ମଧ୍ୟ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କୁ ହନ୍ତସନ୍ତ କରୁଛି ।  

କୁଚିଣ୍ଡା ଚିକିତ୍ସାଳୟରେ ଖାଲିଥିବା ଡାକ୍ତର ପଦବୀ ପୁରଣ ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଡାକ୍ତର ନଥିବାରୁ ଡାକ୍ତରମାନେ ଓଭର ଟାଇମ କାମ କରୁଥିବା କହିଛନ୍ତି । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ଚିକିତ୍ସାଳୟରେ ଖାଲି ପଡିଥିବା ପଦବୀ ପୁରଣ କରିବାକୁ ଦାବି ହେଉଛି ।