ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା: ଭୁବନେଶ୍ୱର ଏମସରେ ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ

283

କନକ ବ୍ୟୁରୋ: ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଂଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରିକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସର୍ଭିସ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଜୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ଅପହଂଚ ଅଂଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଂଚାଯାଇପାରିବ । ଭୁବନେଶ୍ୱର ସ୍ଥିତ ଏମସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଂଚଳକୁ ପଠାଯାଇଛି । ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ।