କନକ ବ୍ୟୁରୋ: ହସ୍ପିଟାଲ ବାହାରେ ଖୋଲା ଅକାଶ ତଳେ ପଡ଼ିଛି ମେଡିକାଲରେ ବ୍ୟବହାର ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ଉପକରଣ । ରୋଗୀଙ୍କ ପାଇଁ ଆସିଥିବା ବେଡ, ସାଲାଇନ୍ ଓ ମେଡ଼ିକାଲ ସାମଗ୍ରୀ ଗଛମୂଳେ ଖରା ଓ ବର୍ଷାରେ ଖତ ଖାଉଛି । ଗଜପତି ଜିଲ୍ଲା ହସ୍ପିଟାଲରୁ ସାମ୍ନକୁ ଆସିଛି ଏଭଳି ଚିତ୍ର । ଏ ଦୃଶ୍ୟ ହିଁ ବୟାନ କରୁଛି ଦାୟିତ୍ୱ ନେଇଥିବା ଅଧିକାରୀଙ୍କ ବେପାରୁଆ ଓ ଖାମଖିଆଲି ମନବୃତ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଲୋକଙ୍କ ପାଇଁ ଆସିଥିବା ମେଡିସିନ୍ ଓ ମେଡିକାଲ ଉପକରଣ ବ୍ୟବହାର କରାନଯାଇ କାହିଁକି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଗଜପତି ଜିଲ୍ଲା ଏକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବାରମ୍ବାର ଦାବି ପରେ ସରକାର ଏହି ସବୁ ସାମଗ୍ରୀ ଯୋଗାଇଦେଇଛନ୍ତି । କିନ୍ତ,ୁ ମେଡିକାଲରେ ଏହାକୁ ବ୍ୟବହାର ନକରି ବେପାରୁଆ ଭାବେ ବାହାରେ ପକାଯାଇଛି । ହସ୍ପିଟାଲରେ ବ୍ୟବହାର ପାଇଁ ଆସିଥିବା ବେଡ୍ ଗୁଡ଼ିକ ଖୋଲା ଆକାଶ ତଳେ ପଡ଼ିରହିଛି । ମେଡ଼ିକାଲ ଭିତରକୁ ଗଲେ ସିଡ଼ି ପାଖରେ ପଡ଼ିଛି ସାଲାଇନ୍, ସିରିଂଜ ଓ ଗଜ୍ କପଡ଼ା । ମାସ ମାସ ହେଲା ଏହି ସବୁ ଜିନିଷ ପଡ଼ିରହିଥିଲେ ମଧ୍ୟ କାହା ନଜର ପଡ଼ୁନାହିଁ । ହସ୍ପିଟାଲ ପରିସରରେ ପଡ଼ିଥିବା ଏହି ସବୁ ଜିନିଷ ପ୍ରତି ଦୃଷ୍ଟିନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/11-3.jpg)