ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଜାରି। ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ।

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଜାରି। ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ।

କନକ ବ୍ୟୁରୋ: ଚାଲିଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ଦିନ ୨ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ଚାଲିବ । ମୋଟ ୩ଘଣ୍ଟା ୨୦ ମିନିଟ ଧରି ପରୀକ୍ଷା ହେବ । ଚଳିତବର୍ଷ ଦେଶର ୪୯୯ ସହରରେ ୨୦ଲକ୍ଷ ୮୭ ହଜାର ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଓଡିଶାରୁ ପ୍ରତିବର୍ଷ ୩୦ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଓଡିଶାରୁ ୫୬ ହଜାର ଛାତ୍ରଛାତ୍ରୀ ରେଜିଷ୍ଟର କରିଛନ୍ତି । ଭୁବନେଶ୍ୱର ସମେତ ମୋଟ ୨୭ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜିତ ହୋଇଛି । ପରୀକ୍ଷାର୍ଥୀଙ୍କୁ ୨ଘଂଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପରୀକ୍ଷା ହଲ ଭିତରକୁ ହଲ ଟିକେଟ, ପାସପୋର୍ଟ ସାଇଜ ଫଟୋ, ପରିଚୟ ପତ୍ର ବ୍ୟତିତ ଅନ୍ୟ ସମସ୍ତ ଜିନିଷ ନେବାକୁ ବାରଣ କରାଯାଇଛି । ଏଥିସହ ଢିଲା ପୋଷାକ, ସୁନାଗହଣା, ପାଠ ବହି, ଇଲେକ୍ଟଟ୍ରୋନିକ, ଜିନିଷ, ପେନସିଲ,ପେନ ନେବାକୁ ମନା । ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଏନଟିଏ ଏହି ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାସ ଟେଷ୍ଟ ଆୟୋଜନ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe