ମେଡିକାଲ ପ୍ରବେଶିକା ପରୀକ୍ଷା ଟପ୍ପର ବନିଲେ ପ୍ରଚାରର ମାଧ୍ୟମ । ୫ଟି ମେଡିକାଲ କୋଚିଂ ସେଂଟରର କଲେ ବିଜ୍ଞାପନ । ଏଲେନ, ଆକାଶ, ଗ୍ରାଭିଟି ଓ ପାଥ ଫାଇଣ୍ଡର ଭଳି କୋଚି ସେଂଟରର ବିଜ୍ଞାପନରେ ସୋଏବ ଆବତାବ ।

939

କନକ ବ୍ୟୁରୋ : କେଉଁଠି ପଢ଼ିଥିଲେ ନିଟ୍ ଟପ୍ପର ସୋଏବ ଅଫତାବ । ଏହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ବଢ଼ିଯାଇଛି । ଏଭଳି ସମୟରେ ସେ ପାଂଚଟି କୋଂଚି ସେଂଟରରେ କୋଚିଂ ନେଇଥିବା ବିଜ୍ଞାପନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ସୋଏବ ଅଫତାବ । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଇତିହାସ ରଚିଥିବା ଏହି ଛାତ୍ର ଏମିତି ଏକ ମାଇଲଖୁଂଟ ହାସଲ କରିଛନ୍ତି, ଯାହାର ରେକର୍ଡ ଭାଙ୍ଗିବା ହୁଏତ ଆଗାମୀ ପିଢ଼ୀ ପାଇଁ ମଧ୍ୟ ବିରାଟ ବଡ ଚ୍ୟାଲେଞ୍ଜ ହେବ । ଆଉ ଜଣେ ଏଭଳି ମେଧାବୀ ଛାତ୍ର କେଉଁଠି କୋଚିଂ ନେଉଥିଲେ, ତାକୁ ନେଇ ସମସ୍ତଙ୍କର ଉକ୍ରଣ୍ଠା ରହିବା ବି ସ୍ୱାଭାବିକ । ଆଉ ବିଜ୍ଞାପନ ମାଧ୍ୟମରେ ଏହି ଉକ୍ରଣ୍ଠାର ଉତର ରଖୁଛନ୍ତି ସୋଏବ ।

ସ୍ୱାଭାବିକ ଭାବେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଜଣେ ଯଦି ଶତ ପ୍ରତିଶତ ନମ୍ବର ରଖିବ ତେବେ କୋଚିଂ ସେଂଟରମାନେ ମଧ୍ୟ ସେଭଳି ଛାତ୍ରଙ୍କୁ ନିଜର କହିବା ପାଇଁ ପ୍ରତିଯୋଗିତା କରିବେ । ମେଡିକାଲ ଟପ୍ପର ସୋଏବ ଏବେ ଏଲେନ୍, ଗ୍ରାଭିଟି, ଆକାଶ ,ଏଟୁସ-ଇଣ୍ଡିଆ ଓ ପାଥ୍ଫାଇଣ୍ଡର ଭଳି ମେଡିକାଲ କୋଚିଂ ସେଂଟର ଗୁଡିକରେ ପାଠ ପଢ଼ିଥିବା ନେଇ ବିଜ୍ଞାପନରେ ଦାବି କରିଛନ୍ତି ।

ଜଣେ ଛାତ୍ର ପାଂଚଟି କୋଚିଂ ସେଂଟରରେ ପଢ଼ିବା ନେଇ ଦାବି କରିବା କିଛି ଅସ୍ୱାଭାବିକ ନୁହେଁ । କିନ୍ତ ମେଡିକାଲ ପ୍ରବେଶିକା ପରୀକ୍ଷା ଦେବାକୁ ଆଶାୟୀ ଥିବା ଛାତ୍ରଛାତ୍ରୀ ନିଶ୍ଚୟ ଟିକିଏ ଦ୍ୱନ୍ଦ୍ୱରେ ପଡିଯିବେ ।