ଡିସେମ୍ବର ପହିଲାରୁ ରାଜ୍ୟରେ ଖୋଲିବ ମେଡିକାଲ କଲେଜ । ସମସ୍ତ ମେଡିକାଲ କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

203

କନକ ବ୍ୟୁରୋ : କୋଭିଡ-୧୯ ଯୋଗୁଁ ବନ୍ଦ ହୋଇଥିବା ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ପୁଣି ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍ ,ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ତେବେ କରୋନା କଟକଣା ସହ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସାମାଜିକ ଦୂରତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କଲେଜ ଖୋଲାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ମୁଖ୍ୟମାନଙ୍କୁ ଅବଗତ କରାଯାଇଛି । ସୂଚନା ଥାଉ କି କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମେଡିକାଲ କଲେଜରେ ଶିକ୍ଷାଦାନକୁ ବନ୍ଦ କରିଥିଲେ ଜ୍ଝ ଆଉ ଦୀର୍ଘ ୮ ମାସ ପରେ ମେଡିକାଲ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି ।