ରାଜ୍ୟରେ ଖୋଲିବ ମେଡିକାଲ କଲେଜ । ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଲେ ଏସିଏସ୍ ।

368

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ଏବେ ଦିନକୁ ଦିନ ତଳମୁହାଁ ହେଉଥିବାବେଳେ ଏପରି ସ୍ଥିତିରେ ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବନ୍ଦ ପଡିଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଗାଇଡଲାଇନ୍ ପାଳନ ପୂର୍ବକ ପୁଣିଥରେ ମେଡିକାଲ କଲେଜ, ନର୍ସିଂ, ଫାର୍ମାସି, ପାରାମେଡିକାଲ ଅନୁଷ୍ଠାନ ଖୋଲିବା ପାଇଁ ଏସିଏସ୍ ଚିଠି ଲେଖିଛନ୍ତି ।

ତେବେ ମେଡିକାଲ କଲେଜ ଖୋଲିବା ପରେ ସେଠାରେ ବିଭିନ୍ନ କଥାକୁ ଧ୍ୟାନ ଦେବାକୁ କୁହାଯାଇଛି । ଯେପରିକି, ଥିଓରି କ୍ଲାସ ପୂର୍ବଭଳି ଅନଲାଇନରେ ଜାରି ରହିବ । ପ୍ରାକ୍ଟିକାଲ କ୍ଲାସ ପାଇଁ ପିଲାମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇ କ୍ଲାସ୍ ହେବ । କ୍ଲାସରେ ଯୋଗଦେବାକୁ ହେଲେ ପିଲାମାନଙ୍କୁ ସେମାନଙ୍କର ଅଭିଭାବକଙ୍କଠାରୁ ଅନୁମତି ଆଣିବାକୁ ହେବ । ତା ସହିତ ଶିକ୍ଷାନୁଷ୍ଠାନ ପିଲାମାନଙ୍କର ସ୍କ୍ରିନିଂ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଏହାସହିତ କ୍ୟାମ୍ପସରେ ପିଲାମାନେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା କିଭଳି ପାଳନ କରିବେ ସେନେଇ ଦୃଷ୍ଟି ଦେବାକୁ ଏସିଏସି ଚିଠିରେ ଦର୍ଶାଇଛନ୍ତି । ଯେଉଁ ପିଲାମାନେ ଟିକାକରଣ କରିନାହାଁନ୍ତି କିମ୍ବା ଗୋଟିଏ ଡୋଜ୍ ନେଇଛନ୍ତି ସେମାନଙ୍କୁ ଅଲଗା କରି କ୍ଲାସ କରିବାକୁ କୁହାଯାଇଛି । ତତ୍ ସହିତ ପିଲାଙ୍କର ନିୟମିତ ସ୍କ୍ରିନିଂ ଉପରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।