ମାଓ ଅଧୁଷିତ ମାଥିଲିରେ ପାହାଡ ଚଢ଼ିଲା ସ୍ୱାସ୍ଥ୍ୟସେବା । ମାଗଣା ଔଷଧ ବାଣ୍ଟିବା ସହ କରୋନା ନେଇ କରାଇଲେ ସଚେତନ

126

କନକ ବ୍ୟୁରୋ : ପାହାଡ ଚଢିଲେ, ସ୍ୱାସ୍ଥ୍ୟ ସେବା ଯୋଗାଇ ଫେରିଲେ । ମାଓ ଇଲାକାର ଗାଁ ଗଣ୍ଡା ଯାଇ କରୋନା ପରୀକ୍ଷା କଲେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଂଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ । ସ୍ୱତନ୍ତ୍ର ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ୍ ୧୨ କିଲୋମିଟର ପାଦ ଚଲା ପାହାଡି ରାସ୍ତାର ଘଂଚ ଜଙ୍ଗଲ ଅତିକ୍ରମ କରି ଖଟୁଆପଦର ଗାଁରେ ପହଂଚିଥିଲେ । ସେଠାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ପରୀକ୍ଷା ମଧ୍ୟ କରାଯାଇଛି ।
ତେବେ ସମସ୍ତ କରୋନା ରିପୋର୍ଟ ନେଗେଟିଭ ରହିଛି । ଏଥିରୁ ମ୍ୟାଲେରିଆରେ ଆକ୍ରାନ୍ତ ୨ ଗ୍ରାମବାସୀ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ରୋଗରେ ପୀଡିତଙ୍କୁ ମାଗଣା ଔଷଧ ଯୋଗାଇଛି ସ୍ୱାସ୍ଥ୍ୟ ଟିମ୍ । ମାଥିଲି ସବଡିଭିଜନ ମେଡିକାଲ ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗାଁରେ ପହଂଚିଥିଲା ଏହି ଟିମ୍ । କରୋନା ସମ୍ପର୍କରେ ସଚେତନତା କରିବା ସହ ଗାଁ ଲୋକଙ୍କୁ ମାସ୍କ ପିନ୍ଧାଇଥିଲେ ଡାକ୍ତର ଅମୀୟ ।