କନକ ବ୍ୟୁରୋ : ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଏହାସହ ଗାଁ ଲୋକେ କହିଛନ୍ତି, ଆମ ଭିତରେ ସବୁକିଛି ଠିକ୍ ଅଛି । ଆମ ଭିତରେ ଭାଇଚାରା ଭାଙ୍ଗିବାକୁ ପ୍ରୟାସ କରନାହିଁ ବୋଲି ଗାଁ ଲୋକେ ମେଧା ପାଟକରଙ୍କୁ କହିଛନ୍ତି ।

Advertisment

ଗତକାଲି ବିଶ୍ୱ ପରିବେଶ ଦିବସ ପାଇଁ ଓଡିଶା ଆସିଥିଲେ ବିଶିଷ୍ଟ ସମାଜସେବୀ । ଆଜି ସେ ଢିଙ୍କିଆ ଗସ୍ତ କରିଛନ୍ତି । ଢିଙ୍କିଆରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଗ୍ରାମବାସୀ ତାଙ୍କୁ ଗାଁରେ ପବ୍ରେଶ କରିବାକୁ ମନା କରିଛନ୍ତି । ଗତକାଲି କଳାହାଣ୍ଡି ଜିଲ୍ଲା ଖଣ୍ଡୁଆଳମାଳରେ ବକ୍ସାଇଟ ଖନନକୁ ତୀବ୍ର ବିରୋଧ କରିଥିଲେ ମେଧା ପାଟେକର । ବକ୍ସାଇଟ ଖଣି ପାଇଁ ନିଲାମ ହୋଇଥିବା ଖଣ୍ଡୁଆଳ ମାଳି ଖଣି ଲିଜକୁ ବାତିଲ ଦାବିରେ ହଜାର ହଜାର ଆଦିବାସୀ ବିରୋଧ ପ୍ରଦର୍ଶନ କରିଥିଲେ । ଏହାର ନେତୃ୍ତ୍ୱ ନେଇଥିଲେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର । କର୍ଲାପାଟ ରିଜର୍ଭ ଫରେଷ୍ଟ ସୀମାର ପେରୁମଞ୍ଜିଠାରେ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ପ କ୍ଷରୁ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା । ଜଙ୍ଗଲବାସୀଙ୍କ ଜୀବିକା ଓ ଇନ୍ଦ୍ରାବତୀ-ନାଗାବଳୀ ନଦୀକୁ ପାଣି ଯୋଗାଉଥିବା ୩୫୦ଟି ଝରଣାର ସୁରକ୍ଷା ପାଇଁ ଖଣି ଖନନ ନିଷ୍ପତି ସବୁଦିନ ପାଇଁ ବାତିଲ କରିବାକୁ ଦାବି ହୋଇଥିଲା ।