ସଡକରେ ଦେଖାଯାଉଥିବା ଏହି ଲାଇନର ଅର୍ଥ କ’ଣ ଜାଣିଛନ୍ତି କି ? ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

Advertisment
ସଡକରେ ଦେଖାଯାଉଥିବା ଏହି ଲାଇନର ଅର୍ଥ କ’ଣ ଜାଣିଛନ୍ତି କି ? ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ରୋଡରେ ଚାଲୁଥିବା ସମୟରେ ସଡକରେ ପଡିଥିବା ଲାଇନ୍ ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଧଳା ଏବଂ ହଳଦିଆ ରଙ୍ଗର ଏହି ଲମ୍ବା ଲାଇନର ଅର୍ଥ କ’ଣ? କେଉଁ କେଉଁ ସ୍ଥାନରେ ଏହା ଲମ୍ବା ଭାବରେ ଟଣା ଯାଇଥିବାବେଳେ ଆଉ କେଉଁ ସ୍ଥାନରେ ଖଣ୍ଡ ଖଣ୍ଡ ଅବସ୍ଥାରେ ଏହି ଲାଇନ୍ ଟଣାଯାଇଥାଏ । ତେବେ ଏହାର ଅର୍ଥ କେବଳ ରୋଡକୁ ଭାଗ କରିବାରେ ସୀମିତ ନୁହେଁ ଏହାର ଅନ୍ୟ କିଛି ଅର୍ଥ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏଭଳି ଲାଇନର ଅର୍ଥ କ’ଣ ।

publive-image

ଧଳା ମୋଟା ଲାଇନ୍ : ଏହି ଲାଇନର ଅର୍ଥ ହେଉଛି ଆପଣ ଯେଉଁ ରୁଟରେ ଯାଉଛନ୍ତି ସେଠାରୁ ବିମୁଖ ହୁଅନ୍ତୁ ନାହିଁ । ଅର୍ଥାତ୍ ଅନ୍ୟ ଲାଇନରେ ଯାଆନ୍ତୁ ନାହିଁ ।

ଖଣ୍ଡ ଖଣ୍ଡ ଧଳା ଲାଇନ୍ : ଏହି ଲାଇନର ଅର୍ଥ ଆପଣ ଅନ୍ୟ ଲାଇନକୁ ଯାଇପାରିବେ କିନ୍ତୁ ପଛରେ ଆସୁଥିବା ଗାଡିକୁ ଆଗକୁ ଯିବାକୁ ଦେଇ କିମ୍ବା ପଛ ଗାଡିକୁ ସତର୍କ କରି ।

publive-image

ଏକ ସାଇଡ୍ ହଳଦିଆ ଲାଇନ୍ : ଏହି ଲାଇନର ଅର୍ଥ ଆପଣ ଅନ୍ୟ ଗାଡିକୁ କାଟି ଆଗକୁ ବଢିପାରିବେ କିନ୍ତୁ ଏହି ଲାଇନଚ୍ୟୁତ ହେବେନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ଏହାର ଭିନ୍ନ ଅର୍ଥ ମଧ୍ୟ ହୋଇଥାଏ । ଯେଭଳି ତେଲେଙ୍ଗାନାରେ ଆପଣ ଏହି ଲାଇନ ଭିତରେ ରହି ଅନ୍ୟ ଗାଡିକୁ ଓଭରଟେକ୍ କରିପାରିବେ ନାହିଁ ।

publive-image

ଦୁଇ ସାଇଡ୍ ହଳଦିଆ ଲାଇନ୍ : ଏହି ଲାଇନର ଅର୍ଥ ଆପଣ ଏହି ଦୁଇ ଲାଇନକୁ ପାର କରିପାରିବେ ନାହିଁ । ଅର୍ଥାତ୍ ଏହା ଦୁଇ ଭାଗରେ ବଣ୍ଟା ଯାଇଛି ।

ଖଣ୍ଡ ଖଣ୍ଡ ହଳଦିଆ ଲାଇନ୍ : ଏହି ଲାଇନର ଅର୍ଥ ହେଉଛି ଆପଣ ଏହି ଲାଇନକୁୁ ପାର କରିପାରିବେ କିନ୍ତୁ ସତର୍କବାଣୀ ଦେଇ ।

publive-image

ସିଧା ଲାଇନ୍ ସହ ଖଣ୍ଡ ହଳଦିଆ ଲାଇନ୍ : ଯଦି ଆପଣ ଖଣ୍ଡ ଲାଇନ୍ ସ୍ଲାଇଡରେ ଗାଡି ଚଳାଉଛନ୍ତି ତେବେ ସିଧା ଲାଇନକୁ ଓଭରଟେକ୍ କରିପାରିବେ କିନ୍ତୁ ସିଧା ଲାଇନରେ ଥିବା ସମୟରେ ଆପଣ ଖଣ୍ଡ ଲାଇନକୁ ଯାଇପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe