‘ଅଭିନନ୍ଦନ’ ଶବ୍ଦର ଅର୍ଥ ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ: କହିଲେ, ଡିକ୍ସନାରୀରେ ବଦଳିଯାଇଛି ଅଭିନନ୍ଦନର ଅର୍ଥ

ଶବ୍ଦର ଅର୍ଥକୁ ବଦଳାଇଦେଇଛି ପାଇଲଟଙ୍କ ସାହସ

241

କନକ ବ୍ୟୁରୋ: ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାଁର ଅର୍ଥ ବ୍ୟାଖ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଭାରତରେ ଶବ୍ଦର ଅର୍ଥ ବଦଳେଇ ଦେବାର ସାମର୍ଥ୍ୟ ରହିଛି । ଶବ୍ଦକୋଷରେ ଅଭିନନ୍ଦନ ଶବ୍ଦର ଅର୍ଥ ବଦଳି ଯାଇଛି । ଅଭିନନ୍ଦନ ଶବ୍ଦର ଅର୍ଥକୁ ୱିଙ୍ଗ କମାଣ୍ଡରଙ୍କ ସାହାସ ବଦଳାଇ ଦେଇଛି । ଦିଲ୍ଲୀ ବିଜ୍ଞାନ ଭବନରେ ସଭାକୁ ସମ୍ବୋଧିତ କରି ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଗୁଣଗାନ କରିଥିଲେ ମୋଦି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ କିଛି ଏହିପରି ଢଙ୍ଗରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିକ୍ସିନାରୀରେ ଅଭିନନ୍ଦନ ଶବ୍ଦର ଅର୍ଥ ବଦଳିଯାଇଛି ବୋଲି କହିବା ସହ ଭାରତରେ ଶବ୍ଦର ଅର୍ଥ ବଦଳିବାର ଶକ୍ତି ରହିଛି ବୋଲି ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୋଦି । କେବଳ ସେତିକି ନୁହେଁ, ପାକିସ୍ତାନର ଅତ୍ୟାଧୁନିକ ଏଫ-୧୬ ବିମାନକୁ ଖସାଇବାର ସାମର୍ଥ୍ୟ ରଖୁଥିବା ଫାଇଟର ପାଇଲଟଙ୍କ ସଂଜମତା ପୂର୍ଣ୍ଣ ବ୍ୟବହାରର ପ୍ରଶଂସା ସୋସିଆଲ ମିଡିଆ ଏବଂ ସାରାଦେଶରେ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦିଲ୍ଲୀ ବିଜ୍ଞାନ ଭବନରେ ସମ୍ବୋଧନ କରି ମୋଦି ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହସ ଶବ୍ଦର ଅର୍ଥ ବଦଲାଇବା ଭଳି ବୋଲି କହିଥିଲେ । ପ୍ରଥମେ ଅଭିନନ୍ଦନର ଅର୍ଥ ଥିଲା କଂଗ୍ରାଚୁଲେସନ । କିନ୍ତୁ ଆଜି ଏହାର ଅର୍ଥ ବଦଳି ଯାଇଛି । ପ୍ରାୟ ୬୦ଘଂଟା ଧରି ପାକିସ୍ତାନୀ ସେନା କଏଦରେ ଥିବା ଅଭିନନ୍ଦନ ଶୁକ୍ରବାର ସନ୍ଧ୍ୟାରେ ଭାରତ ଫେରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟି କରି ତାଙ୍କ ସାହସର ପ୍ରଶଂସା କରିଥିଲେ । ପାକିସ୍ତାନ ସେନା କବଜାରେ ଥିବା ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଯେଉଁ ସାହସର ପରିଚୟ ଦେଇଥିଲେ ତାର ପ୍ରଂଶସା ଖାଲି ଦେଶର ଜନତା କାହିଁକି ବଲିଉଡ ଏବଂ ବରିଷ୍ଠ ରାଜନେତା ମଧ୍ୟ କରିଛନ୍ତି ।