କନକ ବ୍ୟୁରୋ: ଅପ୍ରେଲ ମାସରେ ପ୍ରବଳ ଗରମ ଯୋଗୁ ଲୋକଙ୍କ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । ତେବେ ଏଥିରୁ କୌଣସି ପ୍ରକାର ଆଶ୍ୱସ୍ତି ଦେଖିବାକୁ ମିଳିନାହିଁ । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପାଇଁ ଏଭଳି ସ୍ଥିତି ଲାଗିରହିବା ନେଇ ଅନୁମାନ ଲଗାଯାଇଛି । ବିଶେଷ କରି ପୂର୍ବ-ଉପକୂଳ ବର୍ତ୍ତୀ ଅଞ୍ଚଳରେ ଏହି ଗ୍ରୀଷ୍ମ ପ୍ରବାହ ଜାରିରହିବା ନେଇ ଆକଳନ କରାଯାଇଛି । ଲୁ’ର ପ୍ରଭାବ ଜାରିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ପଶ୍ଚିମ ଅଞ୍ଚଳରେ ବର୍ଷା ହେବା ନେଇ ଆକଳନ କରାଯାଉଛି । ଦିଲ୍ଲୀ ଏବଂ ୟୁପିରେ ଲୋକଙ୍କ ଆଶ୍ୱସ୍ତି ମିଳିବାର ସମ୍ଭାବନା ଦେଖିବାକୁ ମିଳୁନାହିଁ ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମବଙ୍ଗ, ବିହାର, ଓଡିଶାର ଅନେକ ଅଞ୍ଚଳରେ ପ୍ରଚଣ୍ଡ ଗରମ ଅନୁଭୂତ ହେବ । ସେପଟେ ପଶ୍ଚିମ ଭାରତ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆକଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/heat-wave-m20-671x430-1.jpg)