କିଛି ଲୋକ ଅଛନ୍ତି ଯାହାଙ୍କୁ ମେଗଡୋନଲ୍ଡର ଖାଦ୍ୟ ଖାଇବା ବହୁତ ପସନ୍ଦ । ମେଗଡୋନଲ୍ଡର ପିଜା,ବର୍ଗର,ଆଇସକ୍ରୀମ୍ ଖାଇବାକୁ ଲୋକ ଯେମିତି ପାଗଳ । ଖାସ୍ କରି ଯୁବପିଢୀଙ୍କ ମଧ୍ୟରେ ଏହି କ୍ରେଜ୍ ଅଧିକ ଦେଖାଯାଏ । ଘରେ ବନ୍ଧୁବାନ୍ଧବଙ୍କ ଆଗମନ ହେଉ କିମ୍ବା ବନ୍ଧୁର ବାର୍ଥ ଡେ’ ପାର୍ଟି ମେଗଡୋନଲ୍ଡରୁ ଖାଦ୍ୟ ନ ଆସିଲେ ଯେମିତି ଦିନ ସରେନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସୁସ୍ୱାଦୁ ଖାଦ୍ୟପେୟର କଳାସତ ବିଷୟରେ । ଆପଣଙ୍କୁ ଆମେ ଆଜି ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ପଢିବା ମାତ୍ରେ ଆପଣ ମେଗଡୋନଲ୍ଡରେ ଖାଇବା ତ ଦୁରର କଥା ପାଖ ମାଡିବାକୁ ମଧ୍ୟ ଚିନ୍ତା କରିବେ ନାହିଁ ।
ଟ୍ୱିଟରରେ ‘ନିକ୍’ ନାମକ ଜଣେ ବ୍ୟକ୍ତି ମେଗଡୋନଲ୍ଡର କିଛି ଫଟୋକୁ ସେୟାର କରିଛନ୍ତି । ଯାହାକୁ ଦେଖିବା ମାତ୍ରେ ମେଗଡୋନଲ୍ଡ ଉପରୁ ଆପଣଙ୍କ ଭରଷା ଉଠିଯିବ । ଯାହା ଏବେ ଖୁବ୍ ଭାଇରାଲ ହେଉଛି ।ଦକ୍ଷିଣ ଆମେରିକାର ଲୁଇସିଆନାରେ ରହୁଥିବା ନିକ୍ ଟ୍ୱିଟରରେ ଏକ ମେଗଡୋନଲ୍ଡରେ ଆଇସକ୍ରୀମରେ ବ୍ୟବହୃତ ହେଉଥିବା ଏକ ଟ୍ରେ’ର ଫଟୋ ସେୟାର କରିଛନ୍ତି । ମେଗଡୋନଲ୍ଡରେ କାର୍ୟ୍ୟରତ ଥିବା ନିକ୍ ଏହି ଫଟୋକୁ ପ୍ରଘଟ କରିବା ପରେ ତାଙ୍କୁ ମେଗଡୋନଲ୍ଡରୁ ବାହାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/fb_1500981638_800x420.jpg)
/kanak/media/post_attachments/wp-content/uploads/2018/09/mcd-ice-cream-300x158.jpg)