ନୋଏଡାର ମାକଡୋନଲ୍ଡ ଦୋକାନ ଜଣେ ଗ୍ରାହକକୁ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡିଛି । ଜଣେ ଗ୍ରାହକ ୫ବର୍ଷ ପୂର୍ବେ ମାକଡୋନଲ୍ଡ ଦୋକାନରେ ବର୍ଗର ଖାଇଥିଲେ, ଯେଉଁଥିରେ ଏକ ପୋକ ବାହାରିଥିଲା । ବର୍ଗର ଖାଇବା ପରେ ଗ୍ରାହକ ଅସୁସ୍ଥ ହୋଇଯାଇଥିଲେ । ସେ ଏହି ମାମଲାକୁ ନେଇ ଜିଲ୍ଲା ଫୋରମ ପହଂଚିଥିଲେ । ତେବେ ମାକଡୋନଲ୍ଡକୁ ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ କୁହାଯାଇଥିଲା । ଦିଲ୍ଲୀ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜିଲ୍ଲା ଫୋରମର ଆଦେଶକୁ ଜାରି ରଖିଲେ ଓ  ଆମେରିକୀୟ କମ୍ପାନୀକୁ ଆଦେଶ ଦେଲେ କି ସେ ଗ୍ରାହକଙ୍କୁ  ୭୦ହଜାର ଟଙ୍କା କ୍ଷତିପୂରଣ ଦିଅନ୍ତୁ ।

Advertisment

publive-image

ସୂଚନାଯୋଗ୍ୟ, ଜୁଲାଇ ୧୦, ୨୦୧୪ରେ ସନ୍ଦୀପ ମାକଡୋନଲ୍ଡକୁ ଯାଇ ଆଲୁ ଟିକ୍କି ବର୍ଗର ଅର୍ଡର କରିଥିଲେ । ଯାହାକୁ ଖାଇବା ପରେ ଭିତରେ ପୋକ ଦେଖି ସେ ବାନ୍ତି କରିବାକୁ ଲାଗିଥିଲେ । ଏନେଇ ସେ ମାକଡୋନଲ୍ଡ ଷ୍ଟୋର ମ୍ୟାନେଜରଙ୍କୁ ଜଣାଇବା ପରେ ସେମାନେ କୌଣସି ପଦକ୍ଷେପ ନେଇନଥିଲେ । ଯାହାପରେ ସନ୍ଦୀପ ଫୁଡ୍ ଇନସ୍ପେକ୍ଟରଙ୍କୁ ଡ଼କାଇବା ପରେ ଖାଦ୍ୟକୁ ପରୀକ୍ଷା ପାଇଁ ନିଆଯାଇଥିଲା । ପରୀକ୍ଷା ପରେ ଖାଦ୍ୟ ଖାଇବା ଉପଯୋଗୀ ନୁହଁ ବୋଲି ସ୍ପଷ୍ଟ ହୋଇଥିଲା । ଯାହା ପରେ କମ୍ପାନୀକୁ ୭୦,୦୦୦ଟଙ୍କା ଜରିମାନା ଆକାରରେ ଦେବା ପାଇଁ ଆଦେଶ ଦିଆଯାଇଥିଲା ।