ଖରାପ ରାସ୍ତା କଥା କହିବା ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ନୂଆ ଉପାୟରେ ପ୍ରତିବାଦ କଲେ ସାଧାରଣ ଲୋକେ, ଖରାପ ରାସ୍ତା ସହ ସେଲଫି ଉଠାଇବା ସହ ଆରମ୍ଭ କଲେ ନିଆରା ପ୍ରତିବାଦ ।

Advertisment
ଖରାପ ରାସ୍ତା କଥା କହିବା ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ନୂଆ ଉପାୟରେ ପ୍ରତିବାଦ କଲେ ସାଧାରଣ ଲୋକେ, ଖରାପ ରାସ୍ତା ସହ ସେଲଫି ଉଠାଇବା ସହ ଆରମ୍ଭ କଲେ ନିଆରା ପ୍ରତିବାଦ ।

ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ରାସ୍ତା ପଡିରହିଥିଲେ ବି କେହି ଦୃଷ୍ଟି ଦେଉନଥିଲେ। ଶେଷରେ ଏହାକୁ ଦେଖି କିଛି ସ୍ୱେଚ୍ଛାସେବୀ ଏବେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ମାଙ୍ଗଲୋରରେ ଏବେ ଏହା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ମାଙ୍ଗଲୋର ସହରରେ ସ୍ଥାନେ ସ୍ଥାନେ ରାସ୍ତା ଖରାପ ହୋଇଯାଇଥିଲା ।

publive-imageଆଉ ବର୍ଷା ପରେ ବର୍ଷା ପାଣି ଜମି ଆହୁରି ଶୋଚନୀୟ ହୋଇପଡ଼ିଥିଲା ସହରର ରାସ୍ତା । ଏହି ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲା। କିନ୍ତୁ କେହି ବି ଏଥିପ୍ରତି ଦୃଷ୍ଟି ଦେଇନଥିଲେ ।

ଯାହାକୁ ନେଇ ମାଙ୍ଗଲୋର ସିଟି କର୍ପୋରେସନ ନାଗରିକ ସମୂହ ସଂଗଠନ ଏହି ଅଭିଯାନ ଆରମ୍ଭ କରିଛି । ଅଭିଯାନ ମୁତାବକ ଏହି ସଂଗଠନର ସଦସ୍ୟମାନେ ଖରାପ ରାସ୍ତା ସହ ନିଜ ନିଜର ସେଲ୍ଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । କେବଳ ଫଟୋ ଦେଉନାହାନ୍ତି ବରଂ କେଉଁ ସ୍ଥାନରେ ଏଭଳି ଖାଲ ହୋଇଛି ସେ ବାବଦରେ ମଧ୍ୟ ସୂଚନା ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe