ଏମବିଏ ପାଠ ସାଙ୍ଗକୁ ବଡ଼ ଅଫିସରେ ଚାକିରୀ ଥାଇ ବି ଷ୍ଟେସନରେ ଜଳଖିଆ ବିକ୍ରି କରୁଛନ୍ତି ଏହି ଦମ୍ପତି ! ପଢନ୍ତୁ ଏହି ହୃଦୟସ୍ପର୍ଶୀ ଖବର ଆପଣଙ୍କୁ ବି ସଲାମ୍ କରିବାକୁ ଇଚ୍ଛା ହେବ । 

ଏମବିଏ ପାଠ ସାଙ୍ଗକୁ ବଡ଼ ଅଫିସରେ ଚାକିରୀ ଥାଇ ବି ଷ୍ଟେସନରେ ଜଳଖିଆ ବିକ୍ରି କରୁଛନ୍ତି ଏହି ଦମ୍ପତି ! ପଢନ୍ତୁ ଏହି ହୃଦୟସ୍ପର୍ଶୀ ଖବର ଆପଣଙ୍କୁ ବି ସଲାମ୍ କରିବାକୁ ଇଚ୍ଛା ହେବ । 

ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଭାଇରାଲ୍ ହେଉଛି ଯାହାକୁ ପଢି ଲୋକଙ୍କ ମଧ୍ୟରେ ମାନବିକତାର ନୂତନ ପରିଭାଷା ଜାଗ୍ରତ ହେଉଛି । ଆଜ୍ଞା ହଁ , ବ୍ୟସ୍ତତାବହୁଳ ଜୀବନ ଭିତରେ ନିଜ ପାଇଁ ସମୟ ବାହାର କରିପାରୁନଥିବା ଗହଳିରେ ଏଭଳି ଜଣେ ଦମ୍ପତି ସାମ୍ନାକୁ ଆସିଛନ୍ତି ଯାହାଙ୍କ କାମ ଏବେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଦୀପାଳି ଭାଟ୍ଟିୟା ନାମକ ଜଣେ ଫେସବୁକ୍ ୟୁଜର୍ ନିଜ ଟାଇମ୍ ଲାଇନରେ ଏକ ପୋଷ୍ଟ୍ ସେୟାର୍ କରିଥିଲେ ଯେଉଁଥିରେ ସେ କହିଥିଲେ , ଭଲ ରୋଜଗାର କରୁଥିବା ଏବଂ ଏମବିଏ ଡିଗ୍ରି ହାସଲ କରି ଭଲ କମ୍ପାନୀରେ କାମ କରୁଥିବା ଜଣେ ଦମ୍ପତି ପ୍ରତିଦିନ ଅଫିସ୍ ଯିବା ପୂର୍ବରୁ ଜଳଖିଆ ଦୋକାନ ପକାନ୍ତି । ତେବେ ଭଲ ରୋଜଗାର କରୁଥିବା ଏହି ଦମ୍ପତି କାହିଁକି ଏଭଳି ଦୋକାନ ଖୋଲନ୍ତି ଏହା ପଛରେ ଥିବା କାରଣ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।

publive-image

ଘଟଣାଟି ହେଉଛି ମାୟାନଗରୀ ମୁମ୍ବାଇର । ଯେଉଁଠାରେ ବସ୍ ଟ୍ରେନ୍ ଭଳି ଲୋକ ମଧ୍ୟ ଅହରହ ଦୌଡୁଥାନ୍ତି , ଯାହାଙ୍କୁ କିଛି ସମୟ ଠିଆ ହୋଇ ଦୁଇପଦ କଥା ବି ହେବା ପାଇଁ ସମୟ ନଥାଏ । ସେଠାରେ ଅଙ୍କୁଶ ଆଗମ୍ ଶାହ ଏବଂ ଅଶ୍ୱିନୀ ସିନାୟ ଶାହ ଦମ୍ପତି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଦମ୍ପତିଙ୍କ ଘରକୁ କାମ କରିବାକୁ ଆସୁଥିବା ମହିଳାଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ପାରାଲେସିସ୍ ହୋଇଯାଇଛି । ଅର୍ଥ ଅଭାବରୁ ତାଙ୍କ ଅପରେସନ୍ ମଧ୍ୟ ହୋଇପାରୁନାହିଁ । ଆଉ ଆମ୍ମାଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଏହି ସୁପର୍ ହିରୋ ଦମ୍ପତି । କେବଳ ରୋଜଗାର ଟଙ୍କାରୁ ଅପରେସନ୍ ସମ୍ଭବ ନଥିଲା ତେଣୁ ଆମ୍ମା ଘରେ ପ୍ରସ୍ତୁତ କରୁଥିବା ଇଡଲୀ,ଉପମା,ପରଟା,ପୋହା ଆଦି ଖାଦ୍ୟକୁ ଷ୍ଟେସନ୍ ବାହାରେ ବିକ୍ରି କରି ଟଙ୍କା ପଇଠ କରୁଛନ୍ତି ଏହି ଦମ୍ପତି ।

publive-image

ଏମବିଏ ଗ୍ରାଜୁଏଟ୍ ଏହି ଦମ୍ପତି ଚାକିରୀ କରିବା ସଙ୍ଗେ ସଙ୍ଗେ ସକାଳ ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଷ୍ଟେସନ୍ ରେ ଷ୍ଟଲ୍ ଲଗାଇବା କାମ ମଧ୍ୟ କରୁଛନ୍ତି । ସକାଳ ୪ ଟାରୁ ୯ ଟା ଷ୍ଟେସନରେ ବିତୁଥିବା ବେଳେ ୧୦ ରୁ ୬ ଅଫିସରେ ଏବଂ ଅଫିସରୁ ଫେରି ୭ ରୁ ୧୦ ପର୍ଯ୍ୟନ୍ତ ପୁଣି ବିକ୍ରି ହୁଏ ଆମ୍ମାଙ୍କ ହାତ ତିଆରି ଗରମ ଗରମ ଖାଦ୍ୟ । ଅଙ୍କୁଶ୍ ଆଗମ ଶାହ ଏବଂ ଅଶ୍ୱିନୀ ରିନାୟ ଶାହ୍ ଭଳି ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ମାନବିକତା ନାମକ ଶବ୍ଦଟି ଜୀବିତ ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe