ଏମ ଏ ଇଂଲିସ ଚା ବାଲା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମବିଏ ଫେଲ କଚୋଡି ବାଲା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

148

କନକ ବ୍ୟୁରୋ : କିଛିଦିନ ତଳେ ଆପଣମାନେ ଦେଖିଥିବେ ପଶ୍ଚିମବଙ୍ଗର ଜଣେ ଏମଏ ଇଂଲିସ ପାଠ ପଢିଥିବା ଝିଅ କିଭଳି ରେଳ ଷ୍ଟେସନରେ ଚା ଦୋକାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଥିଲା । ଏକଥା ମନରୁ ନଲିଭୁଣୁ ଏବେ ଉତ୍ତର ପ୍ରଦେଶର ଫାରୁକାବାଦରେ ଜଣେ ଏମବିଏ ଫେଲ ଯୁବକ ର କଚୋଡି ଦୋକାନ ବେସ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣଙ୍କ କହିଛନ୍ତି କି ଏମବିଏ ଫେଲ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଯୋଜନାରୁ ପ୍ରେରିତ ହୋଇ ଏହି କଚୋଡି ଦୋକାନ ଖୋଲିଛନ୍ତି । ରୋଜଗାର ବଢିଲେ ଓ ସମୟ ମିଳିଲେ ପୁଣି ଏମବିଏ କରିବାକୁ ବି ସେ ଆଗ୍ରହ ରଖିଛନ୍ତି ।

କହିରଖୁ କି ୟୁପିର ଫାରୁକାବାଦରେ କଚୋଡିର ଠେଲା ଲଗାଇଥିବା ଏହି ଯୁବକର ନାମ ସତ୍ୟମ୍ ମିଶ୍ରା । ସତ୍ୟମ ମିଶ୍ରାଙ୍କର ଏହି ଦୋକାନର ନାମ ବି ବେସ୍ ୟୁନିକ । ସତ୍ୟମ ତାଙ୍କ ଠେଲଗାଡି ଦୋକାନର ନାମ ‘ଏମବିଏ ଫେଲ କଚୋଡି ଦୋକାନ’ ରଖିଛନ୍ତି ।
ମୁଖ୍ୟତ ଦେଖିବାକୁ ଗଲେ ସତ୍ୟମଙ୍କର ଆର୍ଥିକ ସ୍ଥିତି ଠିକ୍ ନାହିଁ । ଏହାସହ ତାଙ୍କ ଉପରେ ପୁରା ପରିବାରର ବୋଝ । ଏସବୁ ଭିତରେ ସେ ଏମବିଏ କରୁଥିଲେ ଓ ପରୀକ୍ଷାରେ ଫେଲ ହୋଇଛନ୍ତି । ଗୋଟିଏ ପଟେ ତାଙ୍କ ଉପରେ ପାଠ ପଢାର ବୋଝ ରହିଥିବା ବେଳେ ଅନ୍ୟପଟେ ପରିବାରର ବୋଝ । ଏହାରି ଭିତରେ କିଛି ରୋଜଗାର କରିବା ଚିନ୍ତା କରୁଥିବା ବେଳେ ତାଙ୍କ ମୁଣ୍ଡରେ ଏହି କଚୋଡି ଦୋକାନ କରିବାର ଆଇଡିଆ ଆସିଥିଲା । ସେ ତୁରନ୍ତ ଏହି ଦୋକାନ ଆରମ୍ଭ କରିଥିଲେ । ହେଲେ ଏବେ ଦୋକାନର ନାମ ଦେଖି ଅନେକ ଲୋକ ତାଙ୍କ ଦୋକାନର ଗ୍ରାହକ ହୋଇଯାଇଛନ୍ତି ।

କଚୋଡି ବିକୁଥିବା ଏମବିଏ ଫେଲ ସତ୍ୟମ କହିଛନ୍ତି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରେରିତ ହୋଇ ଏହି କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରୋଜଗାର ବଢିଲେ ସେ ପୁଣି ପାଠ ପଢିବାକୁ ସମୟ ଦେବେ ବୋଲି କହିବା ସହ କୌଣସି କାମ ଛୋଟ କି ବଡ ନୁହେଁ ବୋଲି ସେ ବାର୍ତ୍ତା ଦେଇଛନନ୍ତି ।