ମୟୂରଭଞ୍ଜ ଚିତ୍ରଡା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ରାତିରେ ବର୍ଷାରେ ଭିଜି ଭିଜି କର୍ତ୍ତୁପକ୍ଷଙ୍କ ବିରୋଧରେ ଅଭିଯୋଗ କରିବାକୁ ଗଲେ ଥାନା

ମୟୂରଭଞ୍ଜ ଚିତ୍ରଡା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ରାତିରେ ବର୍ଷାରେ ଭିଜି ଭିଜି କର୍ତ୍ତୁପକ୍ଷଙ୍କ ବିରୋଧରେ ଅଭିଯୋଗ କରିବାକୁ ଗଲେ ଥାନା

କନକ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡାର ଏକ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ଗତକାଲି ରାତିରେ ଛାତ୍ରମାନେ ବର୍ଷାରେ ଭିଜି ଚାଲି ଚାଲି ଯାଇ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ମୋରଡା ଥାନାରେ ଅଭିଯୋଗ କରିଛନ୍ତି । ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଯେ, କଲେଜ କର୍ତ୍ତୃପକ୍ଷ ସେମାନଙ୍କ ନାଁରେ ଋଣ ନେଇଛନ୍ତି ।

publive-image

ଛାତ୍ରଛାତ୍ରୀ ବ୍ୟାଙ୍କକୁ ଯାଇ ଏ ନେଇ ପଚାରି ବୁଝିଥିଲେ ।  ପରେ ବ୍ୟାଙ୍କ ଅଧିକାରୀ  ୧୬ ଜଣ ଛାତ୍ରଙ୍କ ବ୍ୟାଙ୍କ ଷ୍ଟେଟମେଂଟ ବାହାର କରି ସମସ୍ତଙ୍କ ନାଁରେ ଋଣ ହୋଇଥିବା ଜାଣିବାକୁ ପାଇଥିଲେ ।  ଏ ନେଇ ଛାତ୍ରଙ୍କୁ  କଲେଜ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତର ପାଇପାରିନଥିଲେ ।  ପରେ ଛାତ୍ରମାନେ  ମୋରଡା ଥାନା ଯାଇ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe