କନକ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଚିତ୍ରଡାର ଏକ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ଗତକାଲି ରାତିରେ ଛାତ୍ରମାନେ ବର୍ଷାରେ ଭିଜି ଚାଲି ଚାଲି ଯାଇ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ମୋରଡା ଥାନାରେ ଅଭିଯୋଗ କରିଛନ୍ତି । ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଯେ, କଲେଜ କର୍ତ୍ତୃପକ୍ଷ ସେମାନଙ୍କ ନାଁରେ ଋଣ ନେଇଛନ୍ତି ।
ଛାତ୍ରଛାତ୍ରୀ ବ୍ୟାଙ୍କକୁ ଯାଇ ଏ ନେଇ ପଚାରି ବୁଝିଥିଲେ । ପରେ ବ୍ୟାଙ୍କ ଅଧିକାରୀ ୧୬ ଜଣ ଛାତ୍ରଙ୍କ ବ୍ୟାଙ୍କ ଷ୍ଟେଟମେଂଟ ବାହାର କରି ସମସ୍ତଙ୍କ ନାଁରେ ଋଣ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତର ପାଇପାରିନଥିଲେ । ପରେ ଛାତ୍ରମାନେ ମୋରଡା ଥାନା ଯାଇ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Student.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-24-10h38m30s101-300x165.png)