କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷୀତ ତିନି ରେଳ ରୁଟ୍ ପାଇଁ ବ୍ୟୟ ଅଟକଳ ହୋଇସାରିଛି । ଏନେଇ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ କେବଳ ମଂଜୁରୀକୁ ରହିଛି ଅପେକ୍ଷା । ଏନେଇ ୧୪୫୯.୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହି ରୁଟରେ ଦୁଇଟି ପୁରୁଣା ରେଳଷ୍ଟେସନ ସହ ନୂତନ ୫ଟି ରେଳ ଷ୍ଟେସନ ରହିବ । ସେଗୁଡିକ ମଧ୍ୟରେ ଓଡ଼ିଶା ସୀମାରେ ବୁଡାମରା ,ଝାରପୋଖରିଆ, ଓ ଝାଡ଼ଖଣ୍ଡ ସୀମାରେ ଥିବା ବହଡାଗୋଡା, ବରୋଲ, ପୁରୁଣାପାଣି ଷ୍ଟେସନ ରହିବ । ରେଳଲାଇନ ଦ୍ୱାରା ରୂପସା-ବାଙ୍ଗରିପୋଷି ସେକ୍ସନର ବୁଡାମରା ଓ ଖଡଗପୁର-ଟାଟା ନଗର ସେକ୍ସନକୁ ସଂଯୋଗ ହୋଇପାରିବ । ଏହି ରେଳ ରୁଟ ସବୁ ସଂଯୋଗ ହେଲେ ମୟୂରଭଞ୍ଜ ଲୋକମାନେ ଉପକୃତ ହେବେ । ଯାତାୟାତରୁ ନେଇ ବାଣିଜ୍ୟ ଓ ଅଂଚଳ ବିକାଶର ନୂଆ ସମ୍ଭାବନା ସୃଷ୍ଟିକରିବାରେ ସକ୍ଷମ ହେବ । ବହୁଦିନରୁ ଦାବି ହୋଇ ଆସୁଥିବାବେଳେ ଏବେ ସଫଳ ରୂପାୟନ ହେବାକୁ ଯାଉଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି ।

Advertisment

ଦୀର୍ଘଦିନରୁ ଜିଲ୍ଲାବାସୀ ଦାବି ରଖିଥିଲେ ରେଳରୁଟର ବିକାଶ ପାଇଁ । ଜିଲ୍ଲାରେ ରେଳ ବିକାଶ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ଖୋଦ୍ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଆଉ ଏହା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଗାମୀ ଫେବୃଆରୀ ମାସରେ ପ୍ରକଳ୍ପର ଭିତିିପ୍ରସ୍ତର ଶୁଭ ଦିଆଯିବା ଜଣାପଡିଛି ।

କେବେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବ ଓ କେବେ ଶେଷ ହେବ । ଜିଲ୍ଲାବାସୀ କେବେ ଏହାଦ୍ୱାରା ଉପକୃତ ହେବେ ସେ ନେଇ ରହିଛନ୍ତି ଅପେକ୍ଷାରେ ।