ଘର ବାହୁଡା ଶ୍ରମିକଙ୍କ କରୁଣ ଦୃଶ୍ୟ...ଦୁଇ ଛୁଆଙ୍କୁ ଭାରରେ ବୋହି ୨୫୦ କିମି ଚାଲିଲା ବାପା: ତାଲାବନ୍ଦ ଭିତରେ କଟକରୁ ଚାଲି ଚାଲି ଗଲେ ମୟୂରଭଂଜ

ଘର ବାହୁଡା ଶ୍ରମିକଙ୍କ କରୁଣ ଦୃଶ୍ୟ...ଦୁଇ ଛୁଆଙ୍କୁ ଭାରରେ ବୋହି ୨୫୦ କିମି ଚାଲିଲା ବାପା: ତାଲାବନ୍ଦ ଭିତରେ କଟକରୁ ଚାଲି ଚାଲି ଗଲେ ମୟୂରଭଂଜ

କନକ ବ୍ୟୁରୋ: କରୋନାର କରୁଣ ଦୃଶ୍ୟ, ନିଜ ଛୁଆଙ୍କୁ ଭାରରେ ବୋହି ୨୫୦ କିଲୋମିଟର ଚାଲିଲା ବାପା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରେ । ସୂଚନା ଅନୁସାରେ ମୋରଡା ବ୍ଲକ ବଳଦିଆ ଗାଁର ରୁପାୟ ଟୁଡୁ କଟକର ଏକ ଇଟାଭାଟିରେ କାମ କରୁଥିଲେ । ଲକଡାଉନ ଭିତରେ ୟାତାୟତ ବନ୍ଦ ଥିବାରୁ ସେ ଚାଲିଚାଲି କଟକରୁ ମୟୁରଭଞ୍ଜ ଫେରିଛନ୍ତି ।

publive-image

କାନ୍ଧରେ ଭାର କରି ଗୋଟେ ପାଶ୍ୱରେ ଆସବାବପତ୍ର ଓ ଅନ୍ୟ ପାଶ୍ୱରେ କୁନି ପୁଅକୁ ରଖି ଚାଲିଚାଲି ୨୫୦ କିଲୋମିଟର ଅତିକ୍ରମ କରି ଗାଁରେ ପହଂଚିଛନ୍ତି । ଏହି ଜାଣିବା ପରେ ରାଜ୍ୟ କୃଷି ଶିଳ୍ପ ନିଗମର ଅଧକ୍ଷ ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ବିଡିଓ ଏବଂ ସରପଂଚଙ୍କ ସହାୟତାରେ ଏହି ଅସହାୟ ପରିବାରକୁ ଉଦ୍ଧାର କରି ନିକଟସ୍ଥ ଏକ ସ୍କୁଲରେ ଥଇଥାନ କରିବା ସହ ଏହି ପରିବାରକୁ ୭ଦିନର ଖାଦ୍ୟ ଏବଂ ଆର୍ଥୀକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe