କନକ ବ୍ୟୁରୋ: ଭାଇ ତୀର ମାଡ଼ରେ ଭାଇ ଘାଇଲା । ପାରିବାରିକ କଳହକୁ ନେଇ ଭାଇ ଉପରେ ଆକ୍ରମଣ କଲା ଭାଇ । ମୟୁରଭଂଜ କରଂଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇ ବୁଧୁରାମ ପିଙ୍ଗୁଆକୁ ଆକ୍ରମଣ କରିଥିଲା ।
ଘଟଣା ସ୍ଥଳରେ ବୁଧୁରାମ ଗୁରୁତର ଆହତ ହୋଇପଡ଼ିଥିଲେ । ତାଙ୍କୁ କରଂଜିଆ ହସ୍ପିଟାଲରୁ ଭିର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ଭାଇ ତିପୁର ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/12-23.jpg)