ବଢୁଛି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା : ପାଣି ଘେରରେ ବସ୍ତା ବ୍ଲକର ୧୦ଟି ଗାଁର ଲୋକେ

79

କନକ ବ୍ୟୁରୋ : ସୁଳିଆପଦା, ମୋରଡା, ଚିତ୍ରୋଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବସ୍ତା ବ୍ଳକର ବିଭିନ୍ନ ରାସ୍ତାରେ ୪ ଫୁଟରୁ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳର ଲୋକେ ଏବେ ବି ପାଣି ଘେରରେ ରହିଛନ୍ତି । ବିଭିନ୍ନ ପଂଚାୟର ୨୫ ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସ୍କୁଲ ଓ ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । ଅନେକ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।

ସେପଟେ କିଛି ସ୍ଥାନରେ ପାଣି ଛାଡିବା ପରେ ଲୋକେ ଘର ସଜାଡିବାରେ ଲାଗିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ତିନି ପଂଚାୟତର ୧୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବନ୍ୟା ଘେରରେ । ହିରିମୁଳ- ଦିହଖଳା ରାସ୍ତା ରେ ୪ ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି । ୧୦ରୁ ଅଧିକ ଦିନ ହେବ ଗାଁ ଲୋକେ ଜଳ ବନ୍ଦୀରେ ରହିଛନ୍ତି । ତେଣୁ ଚାଷ ଜମିରେ ଧାନ ଗଛ ସବୁ ପାଚି ଯାଇଛି । ହଜାର ହଜାର ଚାଷୀ ଏବେ ଫସଲକୁ ନେଇ ଚିନ୍ତାରେ ବସିଛନ୍ତି ।