କନକ ବ୍ୟୁରୋ : ଟ୍ରକ ଧକ୍କାରେ ତିନି ମୃତ୍ୟୁ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା । ମୟୁରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ବଡ଼ଡ଼ାଳିମା ଠାରେ ଘର ସାମ୍ନାରେ କକା ପୁତୁରାଙ୍କୁ ଧକ୍କା ଦେଇଛି ଲୁହା ପଥର ବୋଝେଇ ଟ୍ରକ ।
ମୃତକ ହେଲେ ତାରିଣୀ ବେହେରା ଓ ସିପୁ ବେହେରା । ଦୁର୍ଘଟଣା ପରେ ସେଠାରୁ ଗାଡ଼ିଟି ଫେରାର ହେବା ପରେ ଝାଡ଼ଖଣ୍ଡ ସୀମାରେ ଜଣେ ସ୍କୁଟି ଚାଳକଙ୍କୁ ଚାପି ଦେଇଥିବା ସୁଚନା ମିଳିଛି । ଟ୍ରକ ଡ଼୍ରାଇଭରଟି ତିରିଂ ଥାନାରେ ଅଟକ ରହିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ୨୨୦ନମ୍ବର ଜାତୀୟ ରାଜପଥ ଅବରୋଧ ହେବା ଯୋଗୁଁ ଉଭୟ ପଟେ ଶତାଧିକ ଲୋକ ଛିଡ଼ା ହୋଇ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/17-1.jpg)