୧୯ ଯୁଦ୍ଧର ଅନ୍ତିମ ଲଢ଼େଇ । ମୟୁରଭଞ୍ଜରେ କିଏ ଧରିବ କମାଣ ? ମତ ସାବ୍ୟସ୍ତ କରି ନେତା ବାଛିବାକୁ ଗୋଡ଼ କାଢ଼ିଛନ୍ତି ମତଦାତା ।

64

କନକ ବ୍ୟୁରୋ: ଆଜି ଅନ୍ତିମ ଲଢ଼େଇ । ୬ ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭାରେ ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ । ଚତୁର୍ଥ ପର୍ଯ୍ୟାର ହେଉଥିବା ୬ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ମୟୁରଭଞ୍ଜ ଉପରେ ରହିଛି ଆଖି । ତେବେ ଚଳିତ ମହାଲଢ଼େଇରେ କିଏ ମାରିବ ବାଜି? ଆଉ କାହା ମୁଣ୍ଡରେ ମୟୁୟଭଞ୍ଜ ଶିରିପା ପିନ୍ଧାଇବେ ଭୋଟର ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା ।

୨୦୧୯ର ଲଢେଇ

ବିଜେଡ଼ି – ଦେବାଶିଷ ମାରାଣ୍ଡି

ଜେଏମଏମ୍- ଅଞ୍ଜନୀ ସୋରେନ୍

ବିଜେପି – ବିଶେଶ୍ୱର ଟୁଡ଼ୁ

୨୦୧୯-ବିଜେଡି: ଦେବାଶିଷ ମାରାଣ୍ଡି

– ଡ଼ାକ୍ତରରୁ ରାଜନୀତି

– ପୂର୍ବତନ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି

– ୨୦୧୪ରେ ପରାଜିତ (ଜେଏମଏମ୍ ପ୍ରାର୍ଥୀ )

– ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

୨୦୧୯- ଜେଏମଏମ୍: ଅଞ୍ଜନୀ ସୋରେନ୍ 

– ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସିବୁ ସୋରେନଙ୍କ ଝିଅ

– ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ

– ପ୍ରଥମ ଥର ଲୋକସଭା ନିର୍ବାଚନ ଲଢ଼ୁଛନ୍ତି

୨୦୧୯-ବିଜେପି: ବିଶେଶ୍ୱର ଟୁଡ଼ୁ 

– ଇଂଜିନିୟରରୁ ରାଜନୀତି

– ବିଜେପିର ନୂଆ ଚେହେରା

– ପ୍ରଥମଥର ଲୋକସଭା ପ୍ରାର୍ଥୀ ହୋଇଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ. ଉଦଳା, ବାରିପଦା ଏବଂ ମୋରଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ମୟୂରଭଞ୍ଜ ଲୋକସଭା କ୍ଷେତ୍ର

– ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି

– ଜେଏମଏମ୍ ଏବଂ କଂଗ୍ରେସର ଦବଦବା ରହିଛି

– ୨୦୦୯ରୁ ବିଜେଡି ଦଖଲରେ ରହିଛି

୨୦୧୪ର ଲଢେଇ 

– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୨୭ ହଜାର ୫୫୫

– ମତ ଦେଇଥିଲେ – ୧୦ ଲକ୍ଷ ୫୪ ହଜାର ୫୫୫

– ଭୋଟଦାନ ହାର – ୭୯.୪୪%

୨୦୧୪ର ଫଳାଫଳ
ପ୍ରାର୍ଥୀ                      ଦଳ         ଭୋଟ             ପ୍ରତିଶତ          ଫଳାଫଳ
ରାମଚନ୍ଦ୍ର ହାଁସଦା        ବିଜେଡି     ୩,୯୩,୭୭୯   ୩୭.୩୮%     ବିଜୟୀ
ଶ୍ୟାମସୁନ୍ଦର ହାଁସଦା    କଂଗ୍ରେସ    ୧,୪୨,୧୬୫     ୧୩.୫୦%      ପରାସ୍ତ
ନେପୋଲ ରଘୁ ମୁର୍ମୁ    ବିଜେପି       ୨,୭୦,୯୧୩    ୨୫.୭୨%      ପରାସ୍ତ
ଦେବାଶିଷ ମାରାଣ୍ଡି      ଜେଏମଏମ୍ ୧,୭୨,୯୮୪     ୧୬.୪୨%      ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ରାମଚନ୍ଦ୍ର ହାଁସଦା ନିର୍ବାଚନ ଜିତିଥିଲେ

– ୩ ଲକ୍ଷ ୯୩ ହଜାର ୭୭୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– ବିଜେପି ପ୍ରାର୍ଥୀ ନେପୋଲ ରଘୁ ମୁର୍ମୁଙ୍କୁ ପରାସ୍ତ କରିଥିଲେ

– ୧ ଲକ୍ଷ ୨୨ ହଜାର ୮୬୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ

– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ