ଶିକାରୀଙ୍କ ଆକ୍ରମଣରେ ୪ ବନକର୍ମଚାରୀ ଗୁରୁତର : ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି; ଉଦଳା ରେଞ୍ଜ ଜମୁଡିହା ଗାଁ ଘଟଣା

61

କନକ ବ୍ୟୁରୋ : ଚଢ଼ାଉ ବେଳେ ବନକର୍ମଚାରୀଙ୍କୁ ପଥର ଫିଙ୍ଗି ଆକ୍ରମଣ କଲେ । ଘଟଣାସ୍ଥଳରେ ୪ ବନକର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ବନବିଭାଗର ଗାଡିକୁ ଭାଙ୍ଗିଦେଳେ ଶିକାରୀ । ଏମିତି ଏକ ଅଭାବନୀୟ କାଣ୍ଡ ଘଟିଛି ଶିମିଳିପାଳ ଅଭୟାରଣ୍ୟର ବାରିପଦା ବନଖଣ୍ଡ ଉଦଳା ରେଞ୍ଜ ଅଧିନରେ ଥିବା ଜମ୍ମୁଡିହା ଗାଁରେ ।

ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ଜମ୍ମୁଡିହା ଗାଁର ୫୦ ରୁ ଉର୍ଧ ଶିକାରୀ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରି ଦୁଇଟି ସମ୍ବର ଶିକାର କରି ନିଜ ଗାଁରେ ଭାଗ ବଂଟା କରୁଥିଲେ । ଏକ ବିଶେଷ ଶୁତ୍ରରୁ ଖବରପାଇ ବନବିଭାଗର କିଛି କର୍ମଚାରୀ ରାତି ପାଖାପାଖି ୧୧ ଟା ସମୟରେ ଘଟଣାସ୍ଥଳରେ ପହଂଚି ଚଢ଼ାଉ କରିଥିଲେ । ଗାଁରେ ଚଢ଼ାଉ ସମୟରେ ଦୁଇଟି ବ୍ୟାଗରେ ପାଖାପାଖି ୫୦ କେଜି ସମ୍ବର ମାଂସ ଏବଂ ଦୁଇଟି ବନ୍ଧୁକ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗାଡିକୁ ନେଉଥିବା ସମୟରେ ହଠାତ୍ ବନକର୍ମଚାରୀଙ୍କ ଉପରକୁ ପଥର ମାଡକରି ବନକର୍ମଚାରୀଙ୍କୁ କାବୁ କରିନେଇଥିଲେ ଶିକାରୀ ।

ଏମିତି କି ୩ ଜଣ ବନକର୍ମଚାରୀଙ୍କୁ ବାନ୍ଧି ରଖିବାସହ ସେମାନଙ୍କଠାରୁ ଗୋଟେଏ ବନ୍ଧୁକ ଏବଂ ଗୋଟିଏ ମାଂସ ବ୍ୟାଗ୍ ଛଡାଇନେଇଥିଲେ । ଚାଲି ଯିବା ପରେ ବନବିଭାଗର ଅନ୍ୟଏକ ଗାଡିରେ ଉଦଳା ଫେରିଥିବାର ଖବର ରହିଛି । ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବାପରେ ୧୦ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରି ଘଟଣାରେ ତଦନ୍ତ ଜାରି ରଖିଛି ଉଦଳା ପୋଲିସ୍ ।