ତାସ ଖେଳରୁ ଗଲା ଜୀବନ ! ମାତ୍ର ୪୦ଟଙ୍କା ପାଇଁ ମୟୂରଭଞ୍ଜରେ ଜଣଙ୍କୁ ନିର୍ମମ ହତ୍ୟା, ମାଟି ତଳୁ ଶବ ଉଦ୍ଧାର କଲା ପୋଲିସ

Advertisment
ତାସ ଖେଳରୁ ଗଲା ଜୀବନ ! ମାତ୍ର ୪୦ଟଙ୍କା ପାଇଁ ମୟୂରଭଞ୍ଜରେ ଜଣଙ୍କୁ ନିର୍ମମ ହତ୍ୟା, ମାଟି ତଳୁ ଶବ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ : ମାତ୍ର ୪୦ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ବିଦ୍ୟାଧର ନଗର ଉତିସାହି ଜଙ୍ଗଲରୁ ମାଟି ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟା ସନ୍ଦେହରେ ପୁଲିସ ଜଣକୁ ଗିରଫ କରିଛି।

publive-imageସୂଚନା ଅନୁସାରେ ଶାମା ସିଜୋଇ (୩୫) ଗାଁ ମୁଣ୍ଡରେ ଏକ ଛୋଟ ଅଣ୍ଡା ଓ ବ୍ରଏଲର କୁକୁଡା ଦୋକାନ ଦେଇଥିଲେ। ଗତ ସେପ୍ଟେମ୍ବର ୧୭ରେ ରାତିରେ ଗାଁର ସୁରେନ୍ଦ୍ର ପାତ୍ର, ନିଧିଆ ହେମ୍ବ୍ରମ ଓ ଶିରକା ହେମ୍ବ୍ରମଙ୍କ ସହିତ ତାସ ଖେଳିଥିଲେ। ତାସ ଖେଳରେ ସାମା ସିଜୋଇ ୪୦ ଟଙ୍କା ଜିତିଥିଲେ। ମାତ୍ର ଏହି ଖେଳରେ ଅନ୍ୟ ୩ ଜଣ ହାରିଥିବା ଟଙ୍କା ପୁଣି ଥରେ ମାଗିଥିଲେ କିନ୍ତୁ ଶାମା ଏହାକୁ ଦେଇ ନଥିଲେ। ଫଳରେ ଉତ୍ତ୍ୟକ୍ତ ସୁରେନ୍ଦ୍ର, ନିଧିଆ ଓ ଶିରକା ଲୁହା ଚେନରେ ପିଟିପିଟି ମାରି ଦେଇଥିଲେ। ପରେ ଜଙ୍ଗଲ ଭିତରେ ପୋତି ଦେଇଥିଲେ।

ଶାମା ଘରକୁ ନଫେରିବାରୁ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରି ପାଇ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟରେ ହତ୍ୟାକାରୀ ୩ ଜଣ ଗାଁକୁ ପୁଲିସ ଆସି ଯାଞ୍ଚ କରୁଥିବାରୁ ଭୟରେ ଫେରାର ହୋଇଯାଇଥିଲେ। ଫଳରେ ପୁଲିସର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇ ଯାଇଥିଲା। ସୁରେନ୍ଦ୍ରକୁ ପୁଲିସ ସୋମବାର ଗିରଫ କରିଥିବା ବେଳେ ଆଜି ଶିରକା ଗିରଫ ହୋଇଛି। ନିଧିଆ ଫେରାର ଅଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ ଆସି ମୃତଦେହ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ପାଇଁ ଉଦଳା ହସ୍ପିଟାଲ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe