ଚିକିତ୍ସା ଅବହେଳାର ସାଂଘାତିକ୍ ଅଭିଯୋଗ । ମହିଳାଙ୍କ କପର-ଟି ଖୋଲିବା ସମୟରେ ଔଷଧ ବଦଳରେ ଏସିଡ୍ ଢାଳି ଦେଇଥିବା ଅଭିଯୋଗ, ପୋଡ଼ିଗଲା ମହିଳା ଅଙ୍ଗ

227

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଚିକିତ୍ସା ଅବହେଳାର ସାଂଘାତିକ ଅଭିଯୋଗ । ମହିଳାଙ୍କ ଗର୍ଭନିରୋଧକ କପର-ଟି ଖୋଲିବା ସମୟରେ ଔଷଧ ବଦଳରେ ଏସିଡ୍ ଢାଳି ଦେଲେ ହସ୍ପିଟାଲ କର୍ମଚାରୀ । ମହିଳାଙ୍କ ଅଙ୍ଗ ପୋଡି ଯାଇଥିବା ବେଳେ ଏବେ ସେ ଗୁରୁତର ଅବସ୍ଥା ବାରିପଦା ପିଆରଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ଅଭାବନୀୟ ଘଟଣା ଘଟିଛି ଖୁଂଟା ବ୍ଲକର ଗଡ଼ିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ ଜଣେ ମହିଳା ଗତ ୮ ମାସ ତଳେ ବ୍ୟବହାର କରାଯାଇଥିବା କପର-ଟି ଖୋଲିବାକୁ ସ୍ୱାମୀଙ୍କ ସହ ଗଡ଼ିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସିଥିଲେ । କପର-ଟି ଖୋଲିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଔଷଧ ବଦଳରେ ଏସିଡ ଢାଳି ଦେଇଥିଲେ । ଯନ୍ତ୍ରଣାରେ ମହିଳା ଚିକ୍ରାର କରିବା ପରେ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ ଜଣକ କପର-ଟି ବାହାର କଲେ ଏମିତ କଷ୍ଟ ହୁଏ ବୋଲି ବୁଝାଇଥିଲେ । ହେଲେ ମହିଳା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଔଷଧ ବଦଳରେ ଏସିଡ ଦିଆଯାଇଥିବା ଜଣାପଡିଥିଲା । ତୁରନ୍ତ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।