କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବାତିଲ ଦାବିରେ ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଧାରଣା । ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ମାଟ୍ରିକ ପରୀକ୍ଷାକୁ ସରକାର ସ୍ଥଗିତ ରଖି ଥିବାରୁ ସେମାନେ ଦ୍ୱନ୍ଦ୍ୱରେ ଥିବା କହିଛନ୍ତି । ତେଣୁ ସିବିଏସଇ ଢ଼ାଂଚାରେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ୬ଜଣ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି ପୋଲିସ ।
ମାଟ୍ରିକ ପରୀକ୍ଷା ବାତିଲ ଦାବି : ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଧାରଣା
/kanak/media/post_attachments/wp-content/uploads/2021/04/vlcsnap-2021-04-21-11h07m09s498.png)