ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ : ରାଇରଙ୍ଗପୁର ଶାକମ୍ବରୀ ପେଟ୍ରୋଲ ପମ୍ପରେ ୮ ଦୁର୍ବୃତ ସଶସ୍ତ୍ର ଡକାୟତି

ମାଡମାରି ଲକ୍ଷାଧିକ ଟଙ୍କା ସହ ଛଡାଇନେଲେ କର୍ମଚାରୀଙ୍କ ମୋବାଇଲ ଫୋନ; ଟାଉନଥାନା ପୁଲିସର ତନାଘନା

127

କନକ ବ୍ୟୁରୋ : ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଏନଏଚ-୨୨୦ ଭାଲୁବସା ଛକ ନିକଟ ଶାକମ୍ବରୀ ପେଟ୍ରୋଲ ପମ୍ପରେ ଏହି ଲୁଟ ହୋଇଛି । ୮ ଜଣ ଦୁର୍ବୃତ ହଠାତ୍ ପଶି ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ମାଡ ମାରି ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି । ସମସ୍ତଙ୍କୁ ଏକ କଠୋରରେ ବନ୍ଧକ ବନେଇ ସବୁ କର୍ମଚାରୀଙ୍କ ମୋବାଇଲ ଫୋନ ନେଇ ଦୁର୍ବୃତମାନେ ଫେରାର ହୋଇଯାଇଛନ୍ତି । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।