କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାରୁ ଆସିଛି କଙ୍ଗାରୁ କୋର୍ଟର ଚିତ୍ର । ବୋରିଂରୁ ମୋଟର ଚୋରି କରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗଛରେ ବାନ୍ଧି ବିଚାର କଲେ ଗ୍ରାମବାସୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଚିକଟା ମାଟିଆର କାର୍ତିକ ହେଂବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରୁ ଏହି ୩ ଜଣ ବୋରିଂ ମୋଟର ଚୋରି କରି ବିକ୍ରି କରିଦେଇଥିବାରୁ ସେମାନଙ୍କୁ ଧରି ଗଛରେ ବାନ୍ଧି ପକାଇଥିଲେ ଗାଁ ଲୋକ ।
ତେବେ ଚୋରଙ୍କୁ ଦଣ୍ଡ ଦେଇଥିବା ବ୍ୟକ୍ତି ନିଜେ କାର୍ତିକ ହେଂବ୍ରମ ଓ ସେ ଜଣେ ଯାତ୍ରାପାର୍ଟି ମାଲିକ ଏବଂ ସିଆରପିଏଫ ଯବାନ ବୋଲି ଜଣାପଡିଛି । ତେବେ ଆଇନକୁ ହାତକୁ ନେଇ ନିଜେ ଦଣ୍ଡଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଅପରାଧୀଙ୍କୁ ଧରି ବିଚାର ପାଇଁ କୋର୍ଟରେ ହାଜର କରିବା ପୋଲିସର ଦାୟିତ୍ୱ । ସେହିପରି ଦଣ୍ଡଦେବାର ଅଧିକାର ନ୍ୟାୟାଳୟର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/9-16.jpg)