କନକ ବ୍ୟୁରୋ : ମହଙ୍ଗା ପଡିଲା ଛେଳି ଚୋରି । କଙ୍ଗାରୁ କୋର୍ଟରେ ମାଡ ଖାଇଲେ ଦୁଇ ଯୁବକ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ସାହାରଯୋଡି ଗାଁରେ ଏ ଅଭାବନୀୟ ଘଟଣା ଘଟିଛି । ଛେଲି ଚୋରି କରି ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଦୁଇ ଯୁବକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ଦୁଇ ଯୁବକ ସାକିଲ ଖାଁ ଜୁମାନ ଖାଁ ଖୁରୁଣ୍ଟିଆ ଛକରୁ ଏକ ବାଇକରେ ଛେଳିକୁ ଧରି ଫେରାର ହେଉଥିଲେ ।
ହେଲେ ଗାଁର ଜଣେ ଯୁବକ ଦେଖି ସନ୍ଦେହ କରି ପିଛା କରିଥିଲେ । ସାହାରଯୋଡି ଗାଁ ନିକଟରେ ଦୁଇ ଯୁବକଙ୍କୁ ଅଟକାଇ ପଚରାଉଚରା କରିବା ପରେ ଛେଳି ଚୋରି କରିଥିବା ଜଣାପଡିଥିଲା । ଏହା ପରେ ଉତ୍ୟକ୍ତ ଗ୍ରାମବାସୀ ଦୁଇ ଯୁବକଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ୨ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ସେଠାରେ ପଚରାଉଚରା କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-12-08h14m55s037.jpg)