ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ : ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ଦିଆଯାଇଛି ବନ୍ଦ ଡ଼ାକରା

260

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ । ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ପୂଜା ପୀଠରେ ବେଆଇନ ପ୍ରବେଶକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାକୁ ନେଇ ଅଭିଯୋଗ ହେବା ପରେ ନ୍ୟାୟ ନ ମିଳିବାରୁ ପେସାଗ୍ରାମର କର୍ମକର୍ତା ବନ୍ଦ ଡ଼ାକରା ଦେଇଛନ୍ତି । ଏହା ସହ ପେସାଗ୍ରାମ ସଭା ପକ୍ଷରୁ ସରକାରଙ୍କ ନିକଟରେ ୧୦ ଦଫା ଦାବି ମଧ୍ୟ ରଖାଯାଇଛି । ଜିଲ୍ଲା ସଦର ମହକୁମା ସହ ୩ଟି ଉପଖଣ୍ଡରେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି । ତେବେ ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦିଆଯାଇଛି । ବନ୍ଦକୁ ସଫଳ କରିବାକୁ ଆଜି ସକାଳୁ ପେସାଗ୍ରାମ ସଭା କର୍ମୀମାନେ ପିକେଟିଂ କରି ଗାଡ଼ି ମୋଟର ଓ ଦୋକାନ ବଜାର ବନ୍ଦ କରିଛନ୍ତି । ବନ୍ଦ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।