ଦୃଢ ଇଚ୍ଛାଶକ୍ତି ଓ ମନୋବଳର ପରିଣାମ : ଚାଷଜମିକୁ ପାଣି ମଡାଇବା ପାଇଁ ନିଜସ୍ୱ ଉଦ୍ୟମରେ ଜଳଚକ୍ର କଲେ ମୟୂରଭଞ୍ଜର ଚାଷୀ

Advertisment
ଦୃଢ ଇଚ୍ଛାଶକ୍ତି ଓ ମନୋବଳର ପରିଣାମ : ଚାଷଜମିକୁ ପାଣି ମଡାଇବା ପାଇଁ ନିଜସ୍ୱ ଉଦ୍ୟମରେ ଜଳଚକ୍ର କଲେ ମୟୂରଭଞ୍ଜର ଚାଷୀ

କନକ ବ୍ୟୁରୋ : ଆଦିବାସୀ ଚାଷୀଙ୍କ ନିଆରା ଉଦ୍ୟମ । ଚାଷ ଜମିକୁ ପାଣି ମଡାଇବା ପାଇଁ ଚାଷୀ ନିଜ ଉଦ୍ୟେମରେ ଜଳଚକ୍ର ତିଆରି କରିଛନ୍ତି । ବାଉଁଶ ଓ ଅଦରକାରୀ ପାଣି ବୋତଲକୁ ବ୍ୟବହାର କରି ଏହି ଜଳଚକ୍ର ତିଆରି କରିଛନ୍ତି ମୟୂରଭଂଜ ଜିଲ୍ଲା ଶୁକରୁଳି ବ୍ଲକ ବଡାମ ତଳିଆ ଗାଁର ଚାଷୀ ମହୁର ଟିପିରିଆ । ଆଉ ଏହି ଜଳଚକ୍ର ସହାଯ୍ୟରେ ନଦୀରୁ ପାଣି ନେଇ ଜମିକୁ ଜଳ ସେଚିତ କରୁଛନ୍ତି ।

ଆଉ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ମହୁର । ୨୫ରୁ ୩୦ ଖଣ୍ଡ ବାଉଁଶ, ୨ ଖଂଡ ଲୁହାରଡ ଏବଂ ଅଦରକାରୀ ପାଣି ବୋତଲ ସାହାଯ୍ୟରେ ଜଳଚକ୍ର ତିଆରି କରିଛନ୍ତି । ଆଦିବାସୀ ଚାଷୀଙ୍କ ଦୃଷ ଇଚ୍ଛାଶକ୍ତି ଓ ମନବଳ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଜଳଚକ୍ର ତିଆରି କରି ନିଜ ଚାଷ ଜମିକୁ ନଦୀର ପାଣି ନେଉଛନ୍ତି । ଏବଂ ଧାନ, ଟମାଟୋ, ଶାଗ, ଶୋରିଷ ଭଳି ଅନେକ ପ୍ରକାର ଚାଷ କରି ପାରୁଛନ୍ତି ବଡାମ ତଳିଆ ଗାଁର ଚାଷୀ ମହୁର ଟିପିରିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe