କନକ ବ୍ୟୁରୋ : କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଦୁଧିଆଣି ରେଂଜ ଅଫିସ ଘେରାଉ କରିବା ସହ ୨୨୦ ନଂବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଏହି ଖବର ପାଇ କରଂଜିଆ ବିଧାୟିକା ଘଟଣାସ୍ଥଳକୁ ପହଂଚିଥିଲେ । ହେଲେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକେ ବିଧାୟିକାଙ୍କୁ ଜାତୀୟ ରାଜପଥରେ ଚଲାଇ ଚଲାଇ ନେଇ କ୍ଷତିଗ୍ରସ୍ତ ଅଂଚଳ ବୁଲାଇ ଦେଖାଇଥିଲେ । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘୋଡାଇବାକୁ ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/34-15.jpg)