ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ

Advertisment
ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ

କନକ ବ୍ୟୁରୋ : ଚେକିଂ ବେଳେ ପୁଲିସର ଦାଦାଗିରି । ହେଲମେଟ ଓ ମାସ୍କ ଚେକିଂ ବେଳେ ପୁଲିସର ମାଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜର କରଂଜିଆ ଥାନା ଅନ୍ତର୍ଗତ ସାହାରପଡା ବାଇପାସ ଛକ ନିକଟରୁ । ଚେକିଂ ବେଳେ ପୁଲିସ ମାଡରେ ଜଣେ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଫାଟିଯାଇଛି ।

ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ସ୍ଥାନୀୟ ପୁଲିସ ବିରୋଧରେ ନାରାବାଜି କରିଥିଲେ । ଏହାପରେ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ମୟୁରଭଞ୍ଜ ଏସପି । ଏମାନେ ହେଲେ ୪୭୪ ବାଟାଲିୟନର ସିପାହୀ ଆର.କେ .ସିଂ ଓ କରଞ୍ଜିଆ ପୁଲିସର ଡ୍ରାଇଭର ତଥା ହୋମଗାର୍ଡ ମାନସରଞ୍ଜନ ସ୍ୱାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe