କନକ ବ୍ୟୁରୋ : ଚେକିଂ ବେଳେ ପୁଲିସର ଦାଦାଗିରି । ହେଲମେଟ ଓ ମାସ୍କ ଚେକିଂ ବେଳେ ପୁଲିସର ମାଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜର କରଂଜିଆ ଥାନା ଅନ୍ତର୍ଗତ ସାହାରପଡା ବାଇପାସ ଛକ ନିକଟରୁ । ଚେକିଂ ବେଳେ ପୁଲିସ ମାଡରେ ଜଣେ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଫାଟିଯାଇଛି ।
ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ସ୍ଥାନୀୟ ପୁଲିସ ବିରୋଧରେ ନାରାବାଜି କରିଥିଲେ । ଏହାପରେ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ମୟୁରଭଞ୍ଜ ଏସପି । ଏମାନେ ହେଲେ ୪୭୪ ବାଟାଲିୟନର ସିପାହୀ ଆର.କେ .ସିଂ ଓ କରଞ୍ଜିଆ ପୁଲିସର ଡ୍ରାଇଭର ତଥା ହୋମଗାର୍ଡ ମାନସରଞ୍ଜନ ସ୍ୱାଇଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/5-28.jpg)