ବିନା ଦୋଷରେ ସଜା କାଟୁଥିବା ବାପ-ପୁଅଙ୍କୁ ଜେଲରୁ ମିଳିଲା ମୁକ୍ତି। ବଧୂହତ୍ୟା ମାମଲାରେ ଜେଲ୍ ପଠାଇଥିଲା ପୋଲିସ

ବୋହୂ ବଂଚିଥିବାରୁ ଦୋଷମୁକ୍ତ କଲେ ମୟୂରଭଂଜ ଏସଡିଜେଏମ୍ କୋର୍ଟ; ପୋଲିସକୁ ଜାରି ହେଲା କାରଣଦର୍ଶାଅ ନୋଟିସ୍

243

କନକ ବ୍ୟୁରୋ: ଜେଲରୁ ବିନା ଦୋଷରେ ଜେଲରେ ସଜା କାଟୁଥିବା ବାପା-ପୁଅ । ମୟୂରଭଂଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣପାଣି ଗାଁର ମଙ୍ଗୁଳି ନାୟକ ଓ ସଂଜୟ ନାୟକଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି ଜିଲ୍ଲା ଏସଡିଜେଏମ କୋର୍ଟ । ବୋହୂ ବଂଚିଥିବା ବେଳେ ବଧୂହତ୍ୟା ଅଭିଯୋଗରେ ଏମାନଙ୍କୁ ଜେଲ ପଠାଇ ଦେଇଥିଲା ବାଦାମପାହାଡ ପୁଲିସ । ପୁରୁଣାପାଣି ଗାଁର ସଂଜୟ ନାୟକଙ୍କ ସ୍ତ୍ରୀ ରାୟମଣି ନାୟକ ଗତ ଏପ୍ରିଲ ୨୨ ତାରିଖରେ ଘର ଛାଡି କୁଆଡେ ପଳାଇଯାଇଥିଲେ ।

ରାୟମଣିଙ୍କୁ ବହୁ ଖୋଜା ଖୋଜି କରି ନପାଇବାରୁ ସ୍ୱାମୀ ସଂଜୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସେହି ମାସ ୨୭ ତାରିଖରେ ପାହାଡପୁର ଜଙ୍ଗଲରୁ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଯାହାକୁ ରାୟମଣିଙ୍କର ବୋଲି ସନ୍ଦେହ କରି ହତ୍ୟା ଅଭିଯୋଗରେ ସ୍ୱାମୀ ସଂଜୟ ଓ ଶ୍ୱଶୁର ମଙ୍ଗଳ ନାୟକଙ୍କୁ ଗିରଫ ଜେଲ ପଠାଇ ଦେଇଥିଲା ପୁଲିସ । ଫଳରେ ସଂଜୟ ଓ ମଙ୍ଗଳଙ୍କ ବିନା ଦୋଷରେ ୩ ମାସ ଜେଲରେ ରହିବାକୁ ପଡିଛି । ଜଙ୍ଗଲରୁ ମିଳିଥିବା ମୃତ ମହିଳାଙ୍କ ଡିଏନଏ ମ୍ୟାଚ କରିବା ପାଇଁ ଗତ ୧୭ ତାରିଖରେ ରାୟମଣିଙ୍କ ମାଆଙ୍କ ପାଖକୁ ଯାଇଥିଲା ପୁଲିସ । ଆଉ ସେଠାରେ ମାଆଙ୍କ ପାଖରେ ରାୟମଣିଙ୍କୁ ଜୀବିତ ଦେଖି ହତବାକ୍ ହୋଇଯାଇଥିଲା ପୁଲିସ ।

ଉଭୟ ମାଆ-ଝିଅଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ସହ ଝିଅର ବୟାନ ରେକର୍ଡ କରାଯାଇଛି । ବୋହୂର ବୟାନ ରେକର୍ଡ କରିବା ପରେ ଶ୍ୱଶୁର ଓ ସ୍ୱାମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ମୟୂରଭଂଜ ଏସଡିଜେଏମ କୋର୍ଟ । ଏହାସହ ମୃତଦେହର ବିନା ଡିଏନଏ ଟେଷ୍ଟରେ ପୁଲିସ କିଭଳି ଅଙ୍ଗୁଳି ଓ ସଂଜୟଙ୍କୁ ଗିରଫ କଲା ତାକୁ ନେଇ ତଦନ୍ତକାରୀ ଅଫିସରଙ୍କ କାରଣ ଦର୍ଶାଅ ନୋଟିସ ମାଗିଛନ୍ତି କୋର୍ଟ ।