କନକ ବ୍ୟୁରୋ: ବିଏମସି ସମୀକ୍ଷା ବୈଠକକୁ କଡାକଡି କଲେ କର୍ତ୍ତୃପକ୍ଷ। ଅଧା ରହିଥିବା କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟରଙ୍କ ସୁଲୋଚନା ଦାସ ।କାମରେ ଖିଲାପ କଲେ ସଂପୃକ୍ତ ଠିକାଦାରଙ୍କୁ ତାଗିଦ କରିବା ସହ କଳା ତାଲିକାଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।କାମରେ କୌଣସି ଅଧିକାରୀ ଖିଲାପ କଲେ ତାଙ୍କ ବିରୋଧରେ ମଧ୍ୟ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶନିବାର ବିଏମସି ମୁଖ୍ୟାଳୟ ସ୍ଥିତ ଏକାମ୍ର ହଲରେ ପ୍ରଥମ ପର୍ୟ୍ୟାୟରେ ନର୍ଥ ଜୋନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ କପୌରେଟର, ବିଏମ୍ସିର ଅଧିକାରୀ, ବିଭିନ୍ନ ସଂଯୁକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କର୍ପୋରେଟରମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ସଂପୃକ୍ତ କପୌରେଟରଙ୍କ ୱାର୍ଡର ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିବା ସହ ସେଗୁଡିକର ତୁରନ୍ତ ସମାଧାନ ପାଇଁ ଉପବିଭାଗୀୟ ଓ ସଂଯୁକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/5-3.jpg)