କନକ ବ୍ୟୁରୋ: ଫୁଲବାଣୀ ମ୍ୟୁନିସିପାଲିଟି ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ପରାଜିତ ହେଲେ । ଫୁଲବାଣୀ ମ୍ୟୁନିସିପାଲିଟି ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ତା ପ୍ରସ୍ତାବ ଗୃହିତ । ଅନାସ୍ତା ପ୍ରସ୍ତାବ ସପକ୍ଷରେ ୧୦ଜଣ କାଉନସିଲର ଭୋଟ ଦେଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା । ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଉପସ୍ଥିତ ଥିଲେ । ଫୁଲବାଣୀ ମ୍ୟୁନିସିପାଲିଟିରେ ବିଜେଡିର ୭, ବିଜେପି ୪ ଓ ସ୍ୱାଧୀନରେ ୨ ଜଣ କାଉନସିଲର ଅଛନ୍ତି।