ପ୍ରଚାର ମଇଦାନରେ ମାୟାବତୀ, ଯୋଗୀ ଓ ମଠକୁ ନେଇ କହିଲେ ଏଭଳି କଥା

160

କନକ ବ୍ୟୁରୋ : ଦେଶରେ ଫେବୃଆରୀ ମାସରୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସମସ୍ତ ରାଜନୈତିକ ଦଳମାନଙ୍କର ନଜର ରହିଛି ଉତ୍ତର ପ୍ରଦେଶ ଉପରେ । ଏହି କ୍ରମରେ ଉତ୍ତର ପ୍ରଦେଶରେ ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମଳିଥିବା ବେଳେ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ।

ଯେତେବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଗସ୍ତରେ ଯାଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ଠିକ ସେତିକିବେଳେ ମାୟାବତୀ କହିଛନ୍ତି କି, ଯୋଗୀଙ୍କ ଦ୍ୱାରା ଗୋରଖପୁରରେ ନିର୍ମାଣ ହୋଇଥିବା ମଠ ବି ଲୋକଙ୍କ କର ଟଙ୍କାରେ ଓ ଯାହାକି କୌଣସି ବିଳାସପୁର୍ଣ୍ଣ ମହଲ ଠାରୁ କମ ନୁହେଁ ବୋଲି ମାୟାବତୀ କହିଛନ୍ତି । ଏନେଇ ଯୋଗୀ ଲୋକଙ୍କୁ ସୂଚନା ଦେବା ଦରକାର ବୋଲି ମାୟାବତୀ ଯୋଗୀଙ୍କୁ କଟାକ୍ଷ କରିଛନ୍ତି ।

ଅନ୍ୟପଟେ ମାୟାବତୀ କହିଛନ୍ତି କି, ଗରିବ ଲୋକଙ୍କ ଘର ଓ ଭୂମିହୀନଙ୍କୁ ଜମି ପଟ୍ଟା ଦେବାରେ ଯୋଗୀ ସରକାରଙ୍କ ଠାରୁ ବିଏସପି ସରକାରର କାର୍ଯ୍ୟ ବେସ୍ ଆଗରେ ରହିଛି । କହିରଖୁ କି ଯୋଗୀଙ୍କ ପୂର୍ବରୁ ମାୟାବତୀ ବି କଂଗ୍ରେସ ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ କି,କଂଗ୍ରେସର ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଆଶାୟୀ ମୁଖ୍ୟମନ୍ତ୍ରୀ ୨ ଘଂଟା ମଧ୍ୟରେ ନିଜର ମତ ବଦଳାଇବାକୁ ବାଧ୍ୟ ହେଉଛନ୍ତି । ଏଣୁ ଲୋକମାନେ କଂଗ୍ରେସକୁ ଭୋଟ ଦେବା ଅପେକ୍ଷା ଏକତରଫା ଭାବେ ବିଏସପିକୁ ଭୋଟ ଦିଅନ୍ତୁ ।