ନା ୧୫ ଲକ୍ଷ ନା ୭୨ ହଜାର ! ଗରିବୀ ହଟାଇବା ପାଇଁ ନିଜସ୍ୱ ଫର୍ମୁଲା ଦେଲେ ମାୟାବତୀ ।

ନା ୧୫ ଲକ୍ଷ ନା ୭୨ ହଜାର ! ଗରିବୀ ହଟାଇବା ପାଇଁ ନିଜସ୍ୱ ଫର୍ମୁଲା ଦେଲେ ମାୟାବତୀ ।

image courtesy - www.deccanherald.com

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନା ଏବଂ କଂଗ୍ରେସର ପ୍ରତିଶ୍ରୁତିକୁ ମାୟାବତୀଙ୍କ ଟାର୍ଗେଟ୍ । ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ଟାର୍ଗେଟ କରିବା ସହ ବସପା ସୁପ୍ରିମୋ ମାୟାବତୀ କହିଛନ୍ତି, ପ୍ରତି ଆକାଉଣ୍ଟକୁ ମୋଦି ୧୫ଲକ୍ଷ ଟଙ୍କା ଦେବା ଭଳି ଗରିବଙ୍କୁ ରାହୁଲଙ୍କ ଗାନ୍ଧିଙ୍କ ୭୨ ହଜାର ଟଙ୍କା ମଧ୍ୟ ଏକ ଜୁମଲା ଅଟେ । ଏହା ସହ ଦେଶରୁ ଗରିବ ହଟାଇବା ନେଇ ନିଜସ୍ୱ ଯୋଜନା ସମ୍ପର୍କରେ ମଧ୍ୟ ବଖାଣିଛନ୍ତି ମାୟାବତୀ ।

ନିର୍ବାଚନ ପାଖଉଥିବା ବେଳେ, ଜୋର ଧରିଛି ଜାତୀୟ ରାଜନୀତି । ମାୟାବତୀ କହିଛନ୍ତି, ଗତ ନିର୍ବାଚନରେ ଦେଶବାସୀଙ୍କୁ ବିଜେପି ଅଚ୍ଛେଦିନର ଯେଉଁ ସ୍ୱପ୍ନ ଦେଖାଇଥିଲା, ତାହା ବାସ୍ତବରେ ପରିଣତ ହୋଇନାହିଁ । ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କାର ସ୍ୱପ୍ନ ଦେଖାଇବା ଏବଂ ସବକା ସାଥ ସବକା ବିକାଶ ଏକ ଜୁମଲା ହୋଇ ରହିଯାଇଛି । ୨୦୧୪ରେ ବିଜେପି ଲୋକଙ୍କୁ ଯେଭଳି ପ୍ରଲୋଭନ କରୁଥିଲା, କଂଗ୍ରେସ ଏବେ ଠିକ୍ ସେହିପରି କରୁଛି ବୋଲି ମାୟାବତୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଜନମତ ହାସଲ ପାଇଁ ଗରିବଙ୍କୁ ମାସକୁ ୬ ହଜାର ଟଙ୍କା ଦେବାର ରାହୁଲ ଯେଉଁ କାର୍ଡ ଖେଳିଛନ୍ତି, ସେଥିରେ ଗରିବ ଦୂରୀକରଣର କୌଣସି ସ୍ଥାୟୀ ସମାଧାନ ହେବ ନାହିଁ । ଯଦି କେନ୍ଦ୍ରରେ ବିଏସପିକୁ ସରକାର ଗଢିବାର ସୁଯୋଗ ଦିଆଯାଏ ତେବେ, ପ୍ରତି ମାସ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସ୍ଥାୟୀ ରୋଜଗାର ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ମାୟାବତୀ କହିଛନ୍ତି । ତେବେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି । ଆଉ ଏହାରି ଭିତରେ, କେଉଁ ଯୋଜନାକୁ ଲୋକେ ବିଶ୍ୱାସକୁ ନେଉଛନ୍ତି ଏବଂ ଜନମତ କାହା ସପକ୍ଷରେ ଯାଉଛି, ତାହା ସମୟ ହିଁ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe