ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ମୋଦି ସରକାରଙ୍କ ଉପରେ ଆଉ ଥରେ ଟାର୍ଗେଟ୍ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି ମୋଦି ସରକାରଙ୍କ ଅଘୋଷିତ ଏମରଜେନ୍ସୀ କାରଣରୁ ୧୩୦ କୋଟି ଜନତା ଅସୁବିଧାରେ ପଡିଲେ । ତେବେ ବର୍ତ୍ତମାନ ସେ ଏବେ ଏହି ସରକାରରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ମାୟାବତୀ ଟ୍ୱିଟ୍ କରି ଲେଖିଛନ୍ତି , କଂଗ୍ରେସ ପାର୍ଟି ଇନ୍ଦିରା ଗାନ୍ଧୀ ସରକାର ଥିବା ସମୟରେ ଏମରଜେନ୍ସୀର ବୋଝକୁ ଉଠାଇଥିଲେ । ବିଜେପିର ନରେନ୍ଦ୍ର ମୋଦି ସରକାର ମଧ୍ୟରେ ଅଘୋଷିତ ଏମରଜେନ୍ସୀ ସହ ବିମୁଦ୍ରୀକରଣ ତଥା ଆର୍ଥୀକ ଏମରଜେନ୍ସୀର ମାଡରେ ୧୩୦ କୋଟି ଲୋକ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଲେ । ବର୍ତ୍ତମାନ ଏହି ନିରଙ୍କୁଶ ଜନବିରୋଧୀ ସରକାରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।
Moneycontrolଏହା ପୁର୍ବରୁ ବସପା ପ୍ରମୁଖ ଟ୍ୱିଟ୍ କରି ଲେଖିଥିଲେ ବିଜେପି ଏବଂ ଆରଏସଏସ ଲୋକମାନେ ମୋଦିଙ୍କୁ ଭାରତ ତଥା ଭାରତକୁ ମୋଦି କହିବାର ଭୁଲ୍ କରି ଲୋକତନ୍ତ୍ରକୁ ଅସମ୍ମାନ କରିସାରିଛନ୍ତି । ଯେଭଳି କଂଗ୍ରେସ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ଭାରତର ଏବଂ ଭାରତକୁ ଇନ୍ଦିରାଙ୍କ କହି ଭୁଲ୍ କରିସାରିଛି । ଏହା ଅତି ଦୁଃଖ ଏବଂ ଅତି ନିନ୍ଦନୀୟ ବିଷୟ ଅଟେ । ସାଧାରଣ ଜନତା ଏମାନଙ୍କୁ କେବେ ବି କ୍ଷମା କରିପାରିବ ନାହିଁ । ମାୟାବତୀ ଏହା ପୂର୍ବରୁ କହିଥିଲେ ବିଜେପର ନେତା ବସପା-ସପା-ରାଲୋଦ୍ ଗଠବନ୍ଧନ ହାତରେ ହାରିବା ଭୟରେ ଅତ୍ୟଧିକ ଭୟଭୀତ ହୋଇଯାଇଛନ୍ତି । ଯେଉଁଥିପାଇଁ ଗଠବନ୍ଧନ ବଦଳରେ ଜାତିବାଦ ତଥା ଅନର୍ଗଳ ବୟାନ ଦେବାରେ ସମୟ ଅପଚୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/mayawati-modi-1487592280_835x547.jpg)