ଲୋକସଭା ନିର୍ବାଚନ ୨୦୧୯ ପ୍ରଚାର ସମୟରେ ଲଗାତାର କଂଗ୍ରେସ ଉପରେ ଆକ୍ରମଣ କରୁଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କାଲି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି । ସେ ସୋନିଆଙ୍କ ବ୍ୟତିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଭେଟିପାରନ୍ତି । ୨୩ ମଇ ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ମାୟାବତୀ ମଧ୍ୟ ଅଣବିଜେପି ସରକାରଙ୍କୁ ଜୋର ଦେବାରେ ସୋନିଆ ଏବଂ ରାହୁଲଙ୍କ ସାକ୍ଷାତ କରିବେ ।