ନମୋ ନମୋ ଯୁଗର ଅନ୍ତ, ଜୟ ଭୀମ ଯୁଗର ଆରମ୍ଭ ହୋଇଛି ! ସୁଯୋଗ ମିଳିଲେ ହେବି ଦେଶର ପ୍ରଧାନମନ୍ତ୍ରୀ : ମାୟାବତୀ

Advertisment
ନମୋ ନମୋ ଯୁଗର ଅନ୍ତ, ଜୟ ଭୀମ ଯୁଗର ଆରମ୍ଭ ହୋଇଛି ! ସୁଯୋଗ ମିଳିଲେ ହେବି ଦେଶର ପ୍ରଧାନମନ୍ତ୍ରୀ : ମାୟାବତୀ

http://www.catchnews.com

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ହେବାପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କର ମନକଥାକୁ ନିର୍ବାଚନୀ ସଭାରେ କହିଛନ୍ତି। ମାୟାବତୀ କହିଛନ୍ତି ଯେ ଏହି ନିର୍ବାଚନ ପରେ ଯଦି ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ଲାଗି ସୁଯୋଗ ସୃଷ୍ଟିହେବ ତା’ହେଲେ ସେ ଆମ୍ବେଦକର ନଗରରୁ ଲୋକସଭା ନିର୍ବାଚନ ଲଢ଼ିବେ। ସୂଚନାଯୋଗ୍ୟ ମାୟାବତୀ ଏହି ଆସନରୁ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।ଏଠାରେ ଏକ ରାଲିକୁ ଉଦବୋଧନ ଦେଇ ମାୟାବତୀ କହିଛନ୍ତି ଯେ ଏବେ ‘ନମୋ ନମୋ’ର ଯୁଗ ଶେଷ ହୋଇଯାଇଛି ଏବଂ ‘ଜୟ ଭୀମ୍’ ଯୁଗ ଆରମ୍ଭ ହୋଇଯାଇଛି।
publive-imageମାୟାବତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସ୍ବପ୍ନ ପୂରଣ କରିବା ଲାଗି ଏବେ ବିଶେଷ ଭାବେ ସମାଜବାଦୀ ପାର୍ଟି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ ଏବେଠାରୁ ଏ ସଂପର୍କରେ କିଛି କହିହେବ ନାହିଁ ଏବଂ ମେ’ ୨୩ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆରଏଲଡି ମହାମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ସଫଳତା ଏବଂ ଅଖିଳେଶଙ୍କ ସମର୍ଥନ ଉପରେ ମାୟାବତୀଙ୍କ ପ୍ରଧାନମନ୍ତ୍ରୀ ହେବା ଯୋଜନା ନିର୍ଭର କରୁଥିବା ବେଳେ ତୃତୀୟ ସାମ୍ମୁଖ୍ୟର ସ୍ଥିତି କ’ଣ ହେବ ତାହା ନିର୍ବାଚନ ପରିଣାମ ଆସିବା ପରେ ହିଁ ସ୍ପଷ୍ଟ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe