କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ ଆଜି ତାଙ୍କର ଉତରାଧିକାରୀ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଂକ କ୍ରମରେ ସେ ଏହି ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି । ପାର୍ଟି ବୈଠକରେ ମାୟାବତୀ ତାଙ୍କର ଭଣାଜା ଆକାଶ ଆନନ୍ଦଙ୍କୁ ନିଜର ଉତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଆକାଶ ଆନନ୍ଦ ଲଣ୍ଡନରୁ ମାଷ୍ଟର ଅଫ୍ ବିଜନେଓ ଆଡମିଷ୍ଟ୍ରେସନ କରି ଫେରିଛନ୍ତି ।

Advertisment

ଆକାଶ ଆନନ୍ଦ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ସେ ସହାରନପୁର ରାଲିରେ ମାୟାବତୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଥିଲେ । ଆକାଶ ଏବେ ପାର୍ଟିର ଜାତୀୟ ସଂଯୋଜକ ରହିଛନ୍ତି । ୨୦୧୭ ମସିହାରେ ମାୟାବତୀ ଆକାଶଙ୍କୁ ରାଜନୀତିରେ ଲଂଚ୍ କରିଥିଲେ ।

ହେଲେ ଉତର ପ୍ରଦେଶରେ ଆକାଶ ବିଏସପିରେ କାମ କରିବା ପରେ ଦଳ ଦିନକୁ ଦିନ ଦୁର୍ବଳ ହୋଇଛି । ୨୦୧୭ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏହାସହ ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ବିଏସପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା ।

ମାୟାବତୀ ଆଜି ତାଙ୍କ ଉତରାଧିକାରୀ ଘୋଷଣା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆକାଶ ଆନନ୍ଦଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରି ମାୟାବତୀ ଜଣେ ଯୁବ ଚେହେରା ହାତରେ ନେତୃତ୍ୱ ସମର୍ପି ଦେବାକୁ ସହଜରେ ଗ୍ରହଣ କରିପାରିବେ ତ ଦଳୀୟ ନେତା ।